ଫୁଲବାଣୀ (ଓଡ଼ିଶା ରିପୋର୍ଟର): ଜୀବନ ନେଲା ଜନ୍ମଦାତା। ଜଣେ ମଦ୍ୟପ ବାପା ନିଜ ଦୁଇ ବର୍ଷର ଝିଅକୁ କଚାଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ଏପରି ନାରକୀୟ ଘଟଣା କନ୍ଧମାଳ ଜିଲ୍ଲା ମୁଣ୍ଡଳାବାଲି ସାହିରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗରୁ ପ୍ରକାଶ, କୌଣସି କଥାକୁ ନେଇ ଆଜି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ମଦ୍ୟପ ସ୍ୱାମୀ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ତାଙ୍କ ସ୍ତ୍ରୀ ଦୌଡ଼ି ପଳାଇ ଯାଇଥିଲା। ତେବେ ପାଖରେ ଥିବା ୨ ବର୍ଷର ଝିଅକୁ ତଳେ କଚାଡ଼ି ଦେଇଥିଲା। ଫଳରେ ଝିଅଟି ଗୁରୁତର ଆହତ ହୋଇଥିଲା। ତାଙ୍କୁ ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।