ଏସ୍‌ସିବିରୁ ନବଜାତ ଶିଶୁ ଗାଏବ

କଟକ: କଟକ ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡ଼ରୁ ଆଜି ଏକ ନବଜାତ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ମେଡ଼ିକାଲ ଫାଣ୍ଡିରେ ଶିଶୁପୁତ୍ରର ବାପା ଓ ମା’ ଅଭିଯୋଗ କରିଛନ୍ତି। ମଙ୍ଗଳାବାଗ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ଗତକାଲି ରାତିରେ କଟକ ମୁରାଦକାପାଟଣା ଅଞ୍ଚଳରେ ରହୁଥିବା ଜଣେ ବିହାରୀ ମହିଳା ମେଡ଼ିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ଆଜି ଭୋରରୁ ମହିଳା ଜଣକ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ତେବେ ଶିଶୁକୁ ଟିକା ଦେବା ପାଇଁ ନିଆଯାଇଥିବା ବେଳେ କେହି ପିଲାଟିକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି।