ଭୁବନେଶ୍ୱରରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ୍ ଥାନା ଅନ୍ତର୍ଗତ ୟୁନିଟ୍-୧ ଅଞ୍ଚଳରୁ ଆଜି ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ଶିଶୁ କନ୍ୟାକୁ କ୍ୟାପିଟାଲ୍ ହସ୍ପିଟାଲରେ ଏସ୍ଏନସିୟୁରେ ଭର୍ତ୍ତି କରାଯାଇଛି। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଚିକିତ୍ସା କରୁଥିବା ଡାକ୍ତର ତାକୁ ଏସସିବି ବଡ଼ ମେଡିକାଲ ରେଫର କରିଛନ୍ତି। ଚାଇଲ୍ଡ ଲାଇନ୍ ସଦସ୍ୟ ଆଜି କ୍ୟାପିଟାଲ୍ ହସପିଟାଲରେ ପହଞ୍ଚିଥିଲେ। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ନେଇ ସେମାନେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।