ମେଡ଼ିକାଲରୁ ପିଲା ଚୋରି ଅଭିଯୋଗ

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ଜିଲ୍ଲା ମେଡିକାଲ ପରିସରରୁ ଜଣେ ସୁଇପର ନବଜାତ ଶିଶୁକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ପିଲା ଚୋରି ହୋଇଥିବା ମହିଳାଙ୍କ ଘର ଜରପଡ଼ା ବଡ଼ହିଂସର ଗାଁର। ଗତକାଲି ମହିଳା ଜଣଙ୍କ ଅନୁଗୋଳ ଜିଲ୍ଲା ମେଡିକାଲକୁ ନିଜର ଚେକ୍ଅପ୍ କରିବାକୁ ଆସିଥିଲେ। ମହିଳାଙ୍କ ପିଲା ଜନ୍ମ କରିବାର ସମୟ ହୋଇଯାଇଥିବା ଜାଣି ଡାକ୍ତର ତାଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ। କିଛି ସମୟ ପରେ ମହିଳା ଜଣଙ୍କ ମେଡିକାଲ ପରିସରରେ ଗୋଟିଏ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। […]

hytg

hytg

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 02:41 PM IST

Sports

Latest News

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ଜିଲ୍ଲା ମେଡିକାଲ ପରିସରରୁ ଜଣେ ସୁଇପର ନବଜାତ ଶିଶୁକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ପିଲା ଚୋରି ହୋଇଥିବା ମହିଳାଙ୍କ ଘର ଜରପଡ଼ା ବଡ଼ହିଂସର ଗାଁର।

ଗତକାଲି ମହିଳା ଜଣଙ୍କ ଅନୁଗୋଳ ଜିଲ୍ଲା ମେଡିକାଲକୁ ନିଜର ଚେକ୍ଅପ୍ କରିବାକୁ ଆସିଥିଲେ। ମହିଳାଙ୍କ ପିଲା ଜନ୍ମ କରିବାର ସମୟ ହୋଇଯାଇଥିବା ଜାଣି ଡାକ୍ତର ତାଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ। କିଛି ସମୟ ପରେ ମହିଳା ଜଣଙ୍କ ମେଡିକାଲ ପରିସରରେ ଗୋଟିଏ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

ମହିଳା ଅଭିଯୋଗ ଅନୁସାରେ, ଶିଶୁ ପୁତ୍ରଟିକୁ ଜନ୍ମ ଦେଇସାରିବା ଜଣେ ସୁଇପର ତାଙ୍କୁ ଏକ କୋଠରୀକୁ ନେଇଯାଇଥିଲେ। ମହିଳାଙ୍କ ଚେତା ଫେରିବା ପରେ ପିଲାଟି ତାଙ୍କ ପାଖରେ ନଥିଲା। ପଚାରିବାରୁ ଶିଶୁପୁତ୍ରଟି ମରିଯାଇଥିବା ସୁଇପର କହିଥିଲେ। ଏନେଇ ମହିଳା ଜଣଙ୍କ ପରିବାର ଲୋକଙ୍କୁ ଜଣାଇବାପରେ  ଅଭିଯୋଗ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos