‘ମାସେ ଭିତରେ ସରିବ କିଶୋରଙ୍କ ଟିକାକରଣ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମାସେ ଭିତରେ ସରିବ ଟିକାକରଣ। ୧୫ରୁ ୧୮ ବର୍ଷ କିଶୋରଙ୍କ ଟିକାକରଣ କାର୍ଯ୍ୟକୁ ମାସେ ଭିତରେ ସାରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି, ଆସନ୍ତା ୧ ତାରିଖରୁ ଅନଲାଇନ୍ ପଞ୍ଜିକରଣ ହେବ। ୩ ତାରିଖରୁ ଟିକାକରଣ କରାଯିବ। ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି।  ସ୍ୱତନ୍ତ୍ର ଟିକାକରଣ କ୍ୟାମ୍ପ ଦ୍ୱାରା କିଶୋର ମାନଙ୍କୁ କୋଭାକ୍ସିନ୍ […]

Bijay panigrahi

Bijay panigrahi

Tapaswini Nayak
  • Published: Thursday, 30 December 2021
  • Updated: 30 December 2021, 02:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମାସେ ଭିତରେ ସରିବ ଟିକାକରଣ। ୧୫ରୁ ୧୮ ବର୍ଷ କିଶୋରଙ୍କ ଟିକାକରଣ କାର୍ଯ୍ୟକୁ ମାସେ ଭିତରେ ସାରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ସେ କହିଛନ୍ତି, ଆସନ୍ତା ୧ ତାରିଖରୁ ଅନଲାଇନ୍ ପଞ୍ଜିକରଣ ହେବ। ୩ ତାରିଖରୁ ଟିକାକରଣ କରାଯିବ। ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି।  ସ୍ୱତନ୍ତ୍ର ଟିକାକରଣ କ୍ୟାମ୍ପ ଦ୍ୱାରା କିଶୋର ମାନଙ୍କୁ କୋଭାକ୍ସିନ୍ ଦିଆଯିବ। ସକାଳୁ ଅପରାହ୍ନ ଯାଏଁ କିଶୋରଙ୍କୁ ଓ ପରେ ଅନ୍ୟ ମାନଙ୍କୁ ଟିକା ଦିଆଯିବ।

କେବଳ କୋଭାକ୍ସିନ୍ ଟିକା କିଶୋରଙ୍କୁ ଦିଆଯିବ। ରାଜ୍ୟରେ  ପ୍ରାୟ ୧୪ ଲକ୍ଷ ଡୋଜ୍ ଉପଲବ୍ଧ ଅଛି। ଆଜି ସବୁ ଜିଲ୍ଲାକୁ କୋଭାକ୍ସିନ ଟିକା  ପଠାଇବାକୁ ବ୍ୟବସ୍ଥା ହୋଇଛି। ଜାନୁଆର ୧ତାରିଖ  ସୁଦ୍ଧା ସବୁ ଜିଲ୍ଲାରେ ଟିକା ପହଞ୍ଚିଯିବ।

ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଜାନୁଆରୀ ୧୦ରୁ ୬୦ ବର୍ଷରୁ ଅଧିକ ବୟସ୍କ, ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରତିଷେଧମୂଳକ ଡୋଜ୍‌ ଦିଆଯିବ। ତେବେ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନି। କେନ୍ଦ୍ର ସରକାରଙ୍କ ପକ୍ଷରୁ  ମାର୍ଗଦର୍ଶୀକା ଆସିବା ପରେ ତାହା ସ୍ପଷ୍ଟ ହେବ। ଆମେ ଅଶା କରୁଛୁ ଜାନୁଆରୀ ଦଶ ତାରିଖ ପୂର୍ବରୁ ଆମ ପାଖକୁ ସ୍ପଷ୍ଟୀକରଣ ଆସିଯିବ।

୧୫ରୁ ୧୮ ବର୍ଷର ପିଲା ଟିକା ନେଲା ବେଳେ ସେମାନଙ୍କ ସହ ଅଭିଭାବକଙ୍କୁ ଆସିବାକୁ ପରାମର୍ଶ ଦିଆଯାଇଛି ବୋଲି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos