ଚିଲିକା ଡଙ୍ଗା ବୁଡ଼ି ଘଟଣାର ତଦନ୍ତ ଆରମ୍ଭ

ଖୋର୍ଦ୍ଧା (ବଳରାମ ଲେଙ୍କା): ଚିଲିକା ଡଙ୍ଗାବୁଡ଼ି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ପୋର୍ଟ ଆଣ୍ଡ ଅନ୍‌ଲାଣ୍ଡ ଓ୍ୱାଟର ଟ୍ରାନ୍ସପୋର୍ଟ ନିର୍ଦ୍ଦେଶକ ଘଟଣାର ତଦନ୍ତ ପାଇଁ ଚିଲିକା ଯାଇଛନ୍ତି। ସେ ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ। ଦୁର୍ଘଟଣା ଘଟିଥିବା ଡଙ୍ଗାରେ ଲାଇଫ ଜ୍ୟାକେଟ୍ ଥିଲା କି ନାହିଁ ତାହା ଉପରେ ମଧ୍ୟ ତଦନ୍ତ କରାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ସାହୁ କହିଛନ୍ତି।

ଶନିବାର ଅପରାହ୍ନରେ ଭୁବନେଶ୍ୱର ଓ ନୟାଗଡ଼ ଅଞ୍ଚଳର କିଛି ର୍ଯ୍ୟଟକ ଚିଲିକା ଭିତ ଥିବା ମାଅ କାଳିଜାଈଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ମାଆଙ୍କୁ ଦର୍ଶନ ସାରି ଫେରୁଥିବା ବେଳେ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ପ୍ରବଳ ବର୍ଷା ହେବା ସହିତ ପବନ ବହିଥିଲା। ଫଳରେ ଅତଳ ପାଣିରେ ବୁଡ଼ିଗଲା ଡଙ୍ଗା। ୬ ଜଣଙ୍କ ଜୀବନ ଚାଲିଗଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।