ଚିଲିକା ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରଚଳିତ ହେବ ମୋବାଇଲ ଆପ୍‌

ପୁରୀ (ଓଡ଼ିଶା ରିପୋର୍ଟର): ଚିଲିକାର ପ୍ରକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆସୁଥିବା ପର୍ଯ୍ୟଟକମାନେ ଚାହିଁଲେ ଆଗୁଆ ବୁକିଂ କରିପାରିବେ। ସେଥିପାଇଁ ଏକ ମୋବାଇଲ୍‌ ଆପ୍‌ ପ୍ରଚଳନ କରିବାକୁ ଯାଉଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ। ଏହା ଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ବେଶି ଫଳପ୍ରଦ ହୋଇପାରିବେ। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ଚିଲିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ଭଲ ଅନୁଭୂତି ନେଇ ଫେରିବେ, ଏଥିପାଇଁ ଜିଲ୍ଲାପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏ ସମ୍ପର୍କରେ ଆଜି […]

chilika

chilika

Manoranjan Sial
  • Published: Thursday, 29 October 2020
  • Updated: 29 October 2020, 07:12 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଚିଲିକାର ପ୍ରକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆସୁଥିବା ପର୍ଯ୍ୟଟକମାନେ ଚାହିଁଲେ ଆଗୁଆ ବୁକିଂ କରିପାରିବେ। ସେଥିପାଇଁ ଏକ ମୋବାଇଲ୍‌ ଆପ୍‌ ପ୍ରଚଳନ କରିବାକୁ ଯାଉଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ। ଏହା ଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ବେଶି ଫଳପ୍ରଦ ହୋଇପାରିବେ।

ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ଚିଲିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ଭଲ ଅନୁଭୂତି ନେଇ ଫେରିବେ, ଏଥିପାଇଁ ଜିଲ୍ଲାପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏ ସମ୍ପର୍କରେ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ଏଥିରେ ବିଭିନ୍ନ ମୋଟର ଡଙ୍ଗା ମାଲିକ ସଂଘର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।

ପ୍ରତ୍ୟେକ ଡଙ୍ଗା ପଞ୍ଜିକରଣ, ନବୀକରଣ ଓ ମୋଟର ଯାଞ୍ଚ କରିବା ଉପରେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଡଙ୍ଗାରେ ପ୍ରତ୍ୟେକ ଲାଇଫ୍‌ ଯ୍ୟାକେଟ ପରିଧାନ ଓ ପର୍ଯ୍ୟଟକମାନେ ଅନ୍‌ଲାଇନ ମାଧ୍ୟମରେ ଡଙ୍ଗା ବୁକିଂ ଓ ଦେୟ ପୈଠ କରିବାକୁ ବଧ୍ୟତାମୂଳକ କରାଯିବ। ଏଥିପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏକ ମୋବାଇଲ ଆପ୍‌ ପ୍ରଚଳନ କରିବ। ଡଙ୍ଗା ମାଲିକ ଓ ଅଂଶିଦାରଙ୍କ ମତାମତ ନିଆଯାଇ ମୋବାଇଲ ଆପ୍‌ ବିକଶିତ କରାଯିବ। ଏହାଦ୍ୱାରା ସବୁ ସଂଘକୁ ସମାନ ବୁକିଂ ସୁବିଧା ମିଳିବ। ଡ଼ଙ୍ଗାରେ ବିଭିନ୍ନ ସ୍ଥାନକୁ ବୁଲିବା ଦର ତାଲିକା ପ୍ରଦର୍ଶିତ କରାଯିବ। ଯେଉଁମାନେ ନିୟମ ନମାନିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପର୍ଯ୍ୟଟକଙ୍କୁ ଉତ୍ତମ ସେବା ଓ ସୁରକ୍ଷା ଯୋଗାଇ ଦେଲେ, ପର୍ଯ୍ୟଟନ ଶିଳ୍ପ ବିକାଶ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos