ଜହ୍ନିକୁଦା-ସାତପଡ଼ା ଚିଲିକା ପଥ ସିଲ୍‌

କୁଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କୁଷ୍ଣପ୍ରସାଦ ବ୍ଲକ୍ ପ୍ରଶାସନ ପକ୍ଷରୁ ଜହ୍ନିକୁଦାରୁ ସାତପଡ଼ା ଯିବାକୁ ଥିବା ଚିଲିକା ପଥକୁ ସିଲ୍‌ କରି ଦିଆଯାଇଛି। ଜରୁରୀକାଳିନ ପରିସ୍ଥିତିରେ ଚିଲିକାରେ ଡଙ୍ଗା ଚଳାଚଳ ହୋଇପାରିବ ବୋଲି ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। ପ୍ରଶାସନର ଏହି ନିଷ୍ପତ୍ତିକୁ  ଡଙ୍ଗା ଚାଳକମାନେ ସମର୍ଥନ କରିଛନ୍ତି।

ପୁରୀ ଜିଲ୍ଲା ଗ୍ରୀନ୍‌ ଜୋନ ତାଲିକାରେ ଥିବା ବେଳେ ଚିଲିକାରେ ଡଙ୍ଗା ଚଳାଚଳ କରୁଥିଲେ। ଯାତ୍ରୀମାନେ ଦୈନଦିନ ଯାତାୟତ କରିପାରୁଥିଲେ। ତେବେ ପୁରୀ ଜିଲ୍ଲାରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏହି ଜିଲ୍ଲାକୁ ୟଲୋ ଜୋନ୍‌‌ ଭାବେ ଘୋଷଣା କରାଯାଇଥିଲା। ଫଳରେ ପ୍ରଶାସନ ପକ୍ଷରୁ ଗତକାଲି ଜହ୍ନିକୁଦାରୁ ସାତପଡା ଯିବାକୁ ଥିବା ଚିଲିକା ପଥକୁ ସିଲ୍‌ କରି ଦିଆଯିବା ସହ  ଚିଲିକାରେ ଡଙ୍ଗା ଚଳାଚଳ କରିପାରିବନି ବୋଲି ଘୋଷଣା କରାଯାଇଥିଲା।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ  ସଂଖ୍ୟା ୫୩୮ରେ ପହଞ୍ଚିଥିବା ବେଳେ ୧୧୬ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।