ଚିଟ୍‌ଫଣ୍ଡ ଠକଙ୍କ ପାଇଁ ସରକାର ଆଣୁଛନ୍ତି ବଡ଼ ଯନ୍ତା: ଆଉ ରକ୍ଷା ନାହିଁ

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନସାଧାରଣଙ୍କ ସଞ୍ଚିତ ଅର୍ଥକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଅନିୟନ୍ତ୍ରିତ ଡିପୋଜିଟ ସ୍କିମ୍‌ ବିଲ୍ ଏବଂ ଟିଟ୍‌ଫଣ୍ଡ୍‌ ସଂଶୋଧନ ବିଲ୍ ୨୦୧୮ ଉପରେ ଲାଗିଛି କେନ୍ଦ୍ର କ୍ୟାବିନେଟ୍‌ର ମୋହର। ଆସନ୍ତା ପାର୍ଲାମେଣ୍ଟ ଅଧିବେଶନରେ ବିଲ୍‌କୁ ଗୃହରେ ଆଗତ କରାଯିବ। ଏହି ବିଲ୍ ଆଇନରେ ପରିଣତ ହେଲେ ଚିଟ୍‌ଫଣ୍ଡ୍‌ କମ୍ପାନୀ ଗୁଡିକର ବେଆଇନ କାରବାର ଉପରେ କଟକଣା ଲଗି ପାରିବ। ସାରଦା, ସିସୋର ଓ ଅର୍ଥତତ୍ତ୍ୱ ଭଳି ଚିଟ୍‌ଫଣ୍ଡ ସଂସ୍ଥାଙ୍କ ଚକ୍ରାନ୍ତରେ ପଡି […]

nabadeanta chitfund

nabadeanta chitfund

Rakesh Mallick
  • Published: Tuesday, 20 February 2018
  • Updated: 20 February 2018, 10:32 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନସାଧାରଣଙ୍କ ସଞ୍ଚିତ ଅର୍ଥକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଅନିୟନ୍ତ୍ରିତ ଡିପୋଜିଟ ସ୍କିମ୍‌ ବିଲ୍ ଏବଂ ଟିଟ୍‌ଫଣ୍ଡ୍‌ ସଂଶୋଧନ ବିଲ୍ ୨୦୧୮ ଉପରେ ଲାଗିଛି କେନ୍ଦ୍ର କ୍ୟାବିନେଟ୍‌ର ମୋହର। ଆସନ୍ତା ପାର୍ଲାମେଣ୍ଟ ଅଧିବେଶନରେ ବିଲ୍‌କୁ ଗୃହରେ ଆଗତ କରାଯିବ। ଏହି ବିଲ୍ ଆଇନରେ ପରିଣତ ହେଲେ ଚିଟ୍‌ଫଣ୍ଡ୍‌ କମ୍ପାନୀ ଗୁଡିକର ବେଆଇନ କାରବାର ଉପରେ କଟକଣା ଲଗି ପାରିବ।

ସାରଦା, ସିସୋର ଓ ଅର୍ଥତତ୍ତ୍ୱ ଭଳି ଚିଟ୍‌ଫଣ୍ଡ ସଂସ୍ଥାଙ୍କ ଚକ୍ରାନ୍ତରେ ପଡି ସର୍ବସ୍ୱାନ୍ତ ହୋଇଛନ୍ତି ଲକ୍ଷ ଲକ୍ଷ ଜମାକାରୀ। ଏମାନଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ଚିଟ୍‌ଫଣ୍ଡ କମ୍ପାନୀ କେବଳ ଚଳୁ କରିନାହାନ୍ତି, ସେମାନଙ୍କ ଭବିଷ୍ୟତର ସ୍ୱପ୍ନକୁ ମଧ୍ୟ ଚୁରମାର କରିଦେଇଛନ୍ତି। ତେବେ ଆଗକୁ ଯେମିତି କେହି ନିଜ ସଞ୍ଚିତ ଅର୍ଥକୁ ବେଆଇନ ଚିଟ୍‌ଫଣ୍ଡ୍ କାରବାରରେ ନହରାଇବେ ସେଥିଲାଗି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ସଞ୍ଚିତ ଅର୍ଥର ସୁରକ୍ଷା ଲାଗି ଆସିବ ଆଇନ। ଏଥିଲାଗି କେନ୍ଦ୍ର ସରକାର ଆଣିବେ ଅନ ରେଗୁଲେଟେଡ୍‌ ଡିପୋଜିଟ ସ୍କିମ ବିଲ୍ ୨୦୧୮।

ଅନରେଗୁଲେଟେଡ ଡିପୋଜିଟ ସ୍କିମ୍‌ ବିଲ୍‌ ବ୍ୟବସ୍ଥା ଅନୁସାରେ ଦେଶରେ ସମସ୍ତ ବେଆଇନ ଅର୍ଥ ଲଗାଣ କାରବାରକୁ ନିଷିଦ୍ଧ କରାଯିବ। କେହି ଏହାର ଉଲ୍ଲଙ୍ଘନ କଲେ ତାଙ୍କ ବିରୁଦ୍ଧରେ କଠୋରରୁ ଅତି କଠୋର ଦଣ୍ଡ ବିଧାନ ହେବ। ଠକ କମ୍ପାନୀର ସଂପତ୍ତି ବାଜ୍ୟାପ୍ତି କରି ଜମାକାରୀଙ୍କୁ ଟଙ୍କା ଫେରାଇ ଦେବା ଲାଗି ବ୍ୟବସ୍ଥା ରହିବ। ସେହିପରି ଅର୍ଥ ଲଗାଣ କାରବାର ନେଇ ଅନ୍‌ଲାଇନ୍‌ରେ ଏକ କେନ୍ଦ୍ରୀୟ ଡାଟାବେସ୍ ରହିବ। ଏଥିରେ ଅର୍ଥ କାରବାର ସଂପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ହେବ।

ଦେଶର ସୁସ୍ଥ ଚିଟ୍‌ଫଣ୍ଡ୍‌ କାରବାରକୁ ପ୍ରୋତ୍ସାହିତ କରିବା ଲାଗି ଚିଟ୍‌ଫଣ୍ଡ ସଂଶୋଧନ ବିଲ୍ ଅଣାଯିବ। ଅନିୟନ୍ତ୍ରିତ ଅର୍ଥ ଲଗାଣ ଲାଗି ଦେଶରେ କୌଣସି ସଂସ୍ଥା ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ କିମ୍ବା ବିଜ୍ଞାପନ ମାଧ୍ୟମରେ ଲୋକଙ୍କ ପାଖକୁ ଯାଇ ନିଜ ସ୍କିମ ସଂପର୍କରେ ପ୍ରଚାର କରିପାରିବେ ନାହିଁ। ନିୟମ ଭଙ୍ଗ କଲେ ତିନି ବର୍ଷ ବା ତଦୁର୍ଦ୍ଧ ୧୦ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ। ଏହାସହ କମ୍ପାନୀ କରିଥିବା ଆୟର ଦୁଇଗୁଣା ଜରିମାନା ଦେବାକୁ ପଡିବ। କୌଣସି ସଂସ୍ଥା ମିଆଦ ପୁରା ହେବା ପରେ ଟଙ୍କା ନ ଫେରାଇଲେ ବା ଧୋକ୍କା ଦେଲେ ୭ ବର୍ଷ ଜେଲ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। ଆବଶ୍ୟକ ପଡିଲେ ସଂପୃକ୍ତ ଚିଟ୍‌ଫଣ୍ଡ କମ୍ପାନୀର ସମସ୍ତ ସଂପତ୍ତି ବାଜ୍ୟାପ୍ତି କରି ଜମାକାରୀଙ୍କୁ ଫେରସ୍ତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story