୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରି ଚିଟିଂ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ସରକାରଙ୍କୁ ଦେଇଥିବା ସପ୍ତମ ଅନ୍ତରୀଣ ରିପୋର୍ଟରେ ପୁଣି ପାଖାପାଖି ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି ଚିଟ୍‌ଫଣ୍ଡ ତଦନ୍ତ କମିଶନ। ତା’ମଧ୍ୟରେ ଅଛନ୍ତି ୧ ଲକ୍ଷ ୩୬ ହଜାର ୨୭ଜଣ କ୍ଷୁଦ୍ର ଜମାକାରୀ। ତେବେ କେବେ ଏହି ଜମାକାରୀଙ୍କ ଟଙ୍କା ମିଳିବ ସେ ନେଇ ହତାଶା ଆଉ ନିରାଶା ଭିତରେ ବଞ୍ଚୁଛନ୍ତି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ। ପେଟରୁ କାଟି ସଞ୍ଚୟ କରିଥିବା ଅର୍ଥକୁ ଚିଟ୍‌ଫଣ୍ଡରେ ଲଗାଇ ସର୍ବସ୍ୱାନ୍ତ ହେବା ପରେ ଆଶା ଆଉ ଆଶଙ୍କାରେ କଟୁଛି ସେମାନଙ୍କ […]

421-6

421-6

Tapas Behera
  • Published: Saturday, 13 July 2019
  • Updated: 13 July 2019, 09:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ସରକାରଙ୍କୁ ଦେଇଥିବା ସପ୍ତମ ଅନ୍ତରୀଣ ରିପୋର୍ଟରେ ପୁଣି ପାଖାପାଖି ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି ଚିଟ୍‌ଫଣ୍ଡ ତଦନ୍ତ କମିଶନ। ତା’ମଧ୍ୟରେ ଅଛନ୍ତି ୧ ଲକ୍ଷ ୩୬ ହଜାର ୨୭ଜଣ କ୍ଷୁଦ୍ର ଜମାକାରୀ।

ତେବେ କେବେ ଏହି ଜମାକାରୀଙ୍କ ଟଙ୍କା ମିଳିବ ସେ ନେଇ ହତାଶା ଆଉ ନିରାଶା ଭିତରେ ବଞ୍ଚୁଛନ୍ତି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ। ପେଟରୁ କାଟି ସଞ୍ଚୟ କରିଥିବା ଅର୍ଥକୁ ଚିଟ୍‌ଫଣ୍ଡରେ ଲଗାଇ ସର୍ବସ୍ୱାନ୍ତ ହେବା ପରେ ଆଶା ଆଉ ଆଶଙ୍କାରେ କଟୁଛି ସେମାନଙ୍କ ଜୀବନ।

ବାଲେଶ୍ୱର ପୋଡ଼ଶୂଳ ଗାଁର ରଂଜିତ ମଥାନୀଙ୍କ କାହାଣୀ ସେମିତି। ଅଧିକ ସୁଧର ଲୋଭରେ ପଡ଼ି ମଥାନୀ ସାଇନ୍ ଇଣ୍ଡିଆରେ ୭ ହଜାର ଓ ରୋଜଭ୍ୟାଲିରେ ୨୫ ହଜାର ଜମା କରିଥିଲେ। କିନ୍ତୁ ସୁଧ ତ ଦୂରର କଥା ମୂଳ ବି ମିଳିଲାନି। କ୍ଷୁଦ୍ର ଜମାକାରୀ ଭାବେ ସରକାରଙ୍କ ତାଲିକାରେ ବି ରହିଛି ତାଙ୍କ ନାଁ। ହେଲେ ୨ ବର୍ଷ ବିତିଗଲାଣି ଟଙ୍କାଟିଏ ପାଇନାହାନ୍ତି।

ସେହିଭଳି ଆଉ ଜଣେ ହେଲେ ଦିଗପହଣ୍ଡି ଝରିପଦର ଗାଁର ଲକ୍ଷ୍ମୀ ବାଡ଼ତ୍ୟା। ଚିଟ୍‌ଫଣ୍ଡ କମ୍ପାନୀରେ ୫ ଲକ୍ଷ ଟଙ୍କା ଜମା କରିଥିଲେ ତାଙ୍କ ସ୍ୱାମୀ। ଏଜେଣ୍ଟ୍ ସାଜି ଗୋଲ୍‌ଡେନ୍ ଲ୍ୟାଣ୍ଡରେ ବହୁ ଲୋକଙ୍କର ମଧ୍ୟ ଟଙ୍କା ଜମା କରାଇଥିଲେ। କିନ୍ତୁ କମ୍ପାନୀ ବନ୍ଦ ହେବା ପରେ ହତାଶ ହୋଇ ଜୀବନ ହାରିଦେଲେ ଲକ୍ଷ୍ମୀ। ଏବେ ଦୁର୍ବିସହ ଜୀବନ ଜୀଉଁଛନ୍ତି ତାଙ୍କ ପରିବାର ଲୋକେ। ବିଭିନ୍ନ ଜିଲ୍ଲାରେ ଶହ ଶହ କ୍ଷତିଗ୍ରସ୍ତଙ୍କ ଅବସ୍ଥା ଏବେ ଏଭଳି।

ଅନ୍ୟପଟେ ଗତକାଲି ସରକାରଙ୍କ ନିକଟରେ ଦାଖଲ ହୋଇଥିବା ଜଷ୍ଟିସ୍ ଏମ୍.ଏମ୍. ଦାସ କମିଶନଙ୍କ ସପ୍ତମ ଅନ୍ତରୀଣ ରିପୋର୍ଟ କହୁଛି, ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୯୭ ହଜାର ୮୪୪ ଜମାକାରୀଙ୍କୁ ଚିହ୍ନଟ କରାଯାଇଛି।  ସେମାନଙ୍କ ମଧ୍ୟରୁ କ୍ଷୁଦ୍ର ଜମାକାରୀ ଅଛନ୍ତି ୧ ଲକ୍ଷ ୩୬ ହଜାର ୨୭ଜଣ। ୧ ହଜାର ୯, ୩୧ ଜଣ ‍କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଥିବାବେଳେ ୪୨୧ଟି ଚିଟଫଣ୍ଡ କମ୍ପାନୀ ଚିହ୍ନଟ କରାଯାଇଛି। ଏହା ପୂର୍ବରୁ ୬ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯିବା ସହ ୩ ଲକ୍ଷ ୬୦ ହଜାର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି।

କର୍ପସ ଫଣ୍ଡରୁ ହାତ ଗଣତି କିଛି କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ମିଳିଥିବାବେଳେ ବହୁ କ୍ଷତିଗ୍ରସ୍ତ ଅନାଇ ରହିଛନ୍ତି ଟଙ୍କା ଫେରିପାଇବାକୁ। ସେପଟେ ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ନେଇ ନିର୍ଭର ପ୍ରତିଶ୍ରୁତି ଦେଇଥିବା ତତ୍କାଳୀନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବେ କହୁଛନ୍ତି କିଛି ସମୟ ଲାଗିବ।

ରାଜ୍ୟରେ ପ୍ରାୟ ୨୦ ଲକ୍ଷ ଜମାକାରୀ ଚିଟଫଣ୍ଡ ଜାଲରେ ପଡ଼ି କୋଟି କୋଟି ଟଙ୍କା ହରାଇଛନ୍ତି। ୪୪ଟି ସଂସ୍ଥା ବିରୋଧରେ ସିବିଆଇ ବି ତଦନ୍ତ କରୁଛି। ତେବେ କେବେ ଏହି ୨୦ ଲକ୍ଷରୁ ଅଧିକ ଜମାକାରୀଙ୍କୁ ସରକାର କେବେ ଚିହ୍ନଟ କରିବେ ଏବଂ ସେମାନଙ୍କ ଜମାଟଙ୍କା କେବେ ଫେରାଯିବ କି ଆଦୌ ମିଳିବାର ସମ୍ଭାବନା ନାହିଁ, ତା'ର ଉତ୍ତର କେହି ଦେଇପାରୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story