ଚିଟ୍‌ଫଣ୍ଡ ମାମଲା: ମାର୍ଚ୍ଚ ୧୫ରୁ କ୍ଷୁଦ୍ର ଜମାକରୀ ଚିହ୍ନଟ୍‌ ପ୍ରକ୍ରିୟା ଆରମ୍ଭ

ମାର୍ଚ୍ଚ ୧୫ରୁ ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ଓକାକ୍‌ ଦ୍ୱାରା ନିୟୋଜିତ ଏକ ସଂସ୍ଥା ଦ୍ୱାରା ଜନସୁବିଧା କେନ୍ଦ୍ରରେ ଜମାକାରୀଙ୍କ ପାଖରୁ ଅନ୍‌ଲାଇନ ଆବେଦନ ଗ୍ରହଣ କରାଯିବ। ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷା ଆଇନ ସଂଶୋଧନ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ପରେ କ୍ଷୁଦ୍ର ଜମାକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟଙ୍କା ଫେରସ୍ତ ପାଇଁ ଆଇନରେ ବ୍ୟବସ୍ଥା ରହିବ। ତେବେ କମିଶନଙ୍କ ତଦନ୍ତ ଚାଲିଥିବା ବେଳେ ପୁଣି ଥରେ ଜମାକାରୀ ଚିହ୍ନଟ ପ୍ରକ୍ରିୟାକୁ ନେଇ […]

chit-fund

chit-fund

Rakesh Mallick
  • Published: Saturday, 27 February 2016
  • Updated: 27 February 2016, 04:04 PM IST

Sports

Latest News

ମାର୍ଚ୍ଚ ୧୫ରୁ ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ଓକାକ୍‌ ଦ୍ୱାରା ନିୟୋଜିତ ଏକ ସଂସ୍ଥା ଦ୍ୱାରା ଜନସୁବିଧା କେନ୍ଦ୍ରରେ ଜମାକାରୀଙ୍କ ପାଖରୁ ଅନ୍‌ଲାଇନ ଆବେଦନ ଗ୍ରହଣ କରାଯିବ। ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷା ଆଇନ ସଂଶୋଧନ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ପରେ କ୍ଷୁଦ୍ର ଜମାକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟଙ୍କା ଫେରସ୍ତ ପାଇଁ ଆଇନରେ ବ୍ୟବସ୍ଥା ରହିବ। ତେବେ କମିଶନଙ୍କ ତଦନ୍ତ ଚାଲିଥିବା ବେଳେ ପୁଣି ଥରେ ଜମାକାରୀ ଚିହ୍ନଟ ପ୍ରକ୍ରିୟାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ଚିଟ୍‌ଫଣ୍ଡ ସଂସ୍ଥାରେ ୧୦ ହଜାର କିମ୍ବା ତା’ଠାରୁ କମ ଟଙ୍କା ରଖି ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ବାଟ କାଢିଛନ୍ତି ସରକାର। ଏମାନଙ୍କୁ ଚିହ୍ନଟ ପାଇଁ ଆଇନରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର ଲଗାଇଛି। ମାର୍ଚ୍ଚ ୧୫ରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ବା ଓକାକ ମାଧ୍ୟମରେ ସଫ୍ଟୱୟାର ଡେଭଲପ୍‌ ହୋଇଛି। ଜନ ସୁବିଧା କେନ୍ଦ୍ରଗୁଡିକରେ ଅନଲାନ ଆବେଦନ ଗ୍ରହଣ ପାଇଁ ଓକାକ ଲୁମିନିୟସ ଇନଫ୍ରାକୁ ନିଯୁକ୍ତି କରିଛି ବୋଲି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି।

ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିଶନଙ୍କ ପାଖରେ ଏବେ ସୁଦ୍ଧା ୮ ଲକ୍ଷ ୧୭ ହଜାର ଜମାକାରୀ ସତ୍ୟପାଠ ଦାଖଲ କରିଛନ୍ତି। ଓକାକ ମାଧ୍ୟମରେ ଏମାନଙ୍କ ଡାଟାବେସ ମଧ୍ୟ ପ୍ରସ୍ତୁତ ହେଉଛି। ତେବେ କମିଶନ ତଦନ୍ତ କରୁଥିବା ବେଳେ ପୁଣି ଜମାକାରୀଙ୍କୁ ଚିହ୍ନଟ ପ୍ରକ୍ରିୟାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ସରକାରଙ୍କ ଆନ୍ତରିକତା ନାହିଁ ବୋଲି କଂଗ୍ରେସ କହିଛି।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, “ସରକାର ପ୍ରକ୍ରିୟାକୁ ଗଣ୍ଡଗୋଳିଆ କରୁଛନ୍ତି। ସରକାର ବାଉଳା ନିଷ୍ପତ୍ତି ନେଉଛନ୍ତି। ଯଦି କମିଶନ ଗଠନ କରିଛ ତେବେ କମିଶନକୁ କ୍ଷମତା ଦିଅ ନ ହେଲେ କମିଶନ ଉଚ୍ଛେଦ କରିଦିଅ। କେବଳ ପ୍ରକ୍ରିୟାକୁ ବିଳମ୍ବିତ କରିବାକୁ ଷଡଯନ୍ତ୍ର କରାଯାଉଛି।”

ପିସିସି ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା କହିଛନ୍ତି, “ସରକାର ଗତ ଅକ୍ଟୋବର ମାସରେ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ଅଗ୍ରାଧିକାର ଭିତ୍ତିରେ ଆଗ କ୍ଷତିପୂରଣ ଦେବାକୁ ଘୋଷଣା କଲେ। ସେତେବେଳେ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କାହିଁକି କଲେ ନାହିଁ।”

ଅନ୍ୟପକ୍ଷରେ ରୋଜଭ୍ୟାଲି କମ୍ପାନୀର ବ୍ୟାଜାପ୍ତି ସମ୍ପତ୍ତି ନିଲାମ ପାଇଁ ଶୀଘ୍ର ବିଜ୍ଞାପନ ପ୍ରକାଶ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ସୁଦ୍ଧା ୨୧ଟି ଠକ କମ୍ପାନୀ ନାଁରେ ୨୩ଟି ମାମଲା କ୍ଷମତାପ୍ରାପ୍ତ ନ୍ୟାୟାଳୟରେ ବିଚାର ଚାଲିଛି। ଏଥିରୁ ୫ଟି କମ୍ପାନୀର ସମ୍ପତ୍ତି ବ୍ୟାଜାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story