ଚିଟଫଣ୍ଡ ନେଇ ସରକାରଙ୍କୁ ତଦନ୍ତ କମିଶନଙ୍କ ନୋଟିସ୍, ମାସେ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

କଟକ: ରାଜ୍ୟରେ କେତୋଟି ଚିଟଫଣ୍ଡ ସଂସ୍ଥା କାର୍ଯ୍ୟ କରୁଛନ୍ତି ? ସେଗୁଡ଼ିକ ମଧ୍ୟରୁ କେତୋଟି ଆରବିଆଇ କିମ୍ୱା ମନି ଲଣ୍ଡରିଂ ଆଇନ ଅନୁଯାୟୀ ପଞ୍ଜୀକୃତ ହୋଇଛନ୍ତି ? ଏବଂ ଯେଉଁ ସଂସ୍ଥାଗୁଡ଼ିକ ପଞ୍ଜୀକୃତ ହୋଇନାହାନ୍ତି ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ସେନେଇ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଚିଟଫଣ୍ଡ ସଂପର୍କିତ ଜଷ୍ଟିସ୍ ଏମ୍.ଏମ୍. ଦାସ କମିଶନ୍। ସେହିପରି ଠକ ସଂସ୍ଥାଠାରୁ ଦୂରେଇ ରହିବା ଲାଗି ଲୋକଙ୍କୁ ସଚେତନ କରାଇବା ଦିଗରେ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ମଧ୍ୟ ଜଣାଇବାକୁ ନିର୍ଦ୍ଦେଶରେ କୁହାଯାଇଛି। ଏକ ଆବେଦନର ଶୁଣାଣି କରି କମିଶନ୍ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ ତାରିଖ ସୁଧା ଏନେଇ ରିପୋର୍ଟ ଦାଖଲ କରିବାକୁ କମିଶନ କହିଛନ୍ତି।