ଚିଟଫଣ୍ଡ ଠକେଇ ମାମଲା: ଟ୍ରେଷ୍ଟି ଇଣ୍ଡିଆ ସିକ୍ୟୁରିଟିଜ୍ ଲିମିଟେଡର ଏମଡି ଗିରଫ

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ଟେଷ୍ଟ୍ରି ଇଣ୍ଡିଆ ସିକ୍ୟୁରିଟିଜ୍ ଲିମିଟେଡର ଏମଡିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତାଙ୍କ ନାଁ ଦୟାନିଧି ମହାପାତ୍ର। ତାଙ୍କୁ ମହାରାଷ୍ଟ୍ର ନାସିକରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ୬ ମାସ ଧରି ଦୟାନିଧି ଫେରାର ଥିଲେ। ଗତ ମେ’ ମାସରେ ସେବି ପକ୍ଷରୁ ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଥିଲା। ଏହା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଖୋଜୁଥିଲା। ନାସିକରେ ସେ ଲୁଚିଥିବା ଜଣିବା ପରେ ମହାରାଷ୍ଟ୍ରର କ୍ରାଇମବ୍ରାଞ୍ଚ ସହ କ୍ରାଇମବ୍ରାଞ୍ଚ ଏଡିଜି ବି.କେ ଶର୍ମା […]

daya

daya

Rakesh Mallick
  • Published: Saturday, 14 November 2015
  • Updated: 14 November 2015, 08:15 AM IST

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ଟେଷ୍ଟ୍ରି ଇଣ୍ଡିଆ ସିକ୍ୟୁରିଟିଜ୍ ଲିମିଟେଡର ଏମଡିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତାଙ୍କ ନାଁ ଦୟାନିଧି ମହାପାତ୍ର। ତାଙ୍କୁ ମହାରାଷ୍ଟ୍ର ନାସିକରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ୬ ମାସ ଧରି ଦୟାନିଧି ଫେରାର ଥିଲେ। ଗତ ମେ’ ମାସରେ ସେବି ପକ୍ଷରୁ ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଥିଲା। ଏହା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଖୋଜୁଥିଲା। ନାସିକରେ ସେ ଲୁଚିଥିବା ଜଣିବା ପରେ ମହାରାଷ୍ଟ୍ରର କ୍ରାଇମବ୍ରାଞ୍ଚ ସହ କ୍ରାଇମବ୍ରାଞ୍ଚ ଏଡିଜି ବି.କେ ଶର୍ମା ଯୋଗାଯୋଗ କରିଥିଲେ। ଏହାପରେ ଓଡ଼ିଶା ଓ ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚ ମିଳିତ ଚଢାଉ କରି ଦୟାନିଧିଙ୍କୁ ଗିରଫ କରିଥିଲେ। ଗିରଫ ପରେ ତାଙ୍କୁ ନାସିକର ଏକ କୋର୍ଟରେ ହାଜର କରାଯାଇଥିଲା ଓ ତା’ପରେ ଭୁବନେଶ୍ୱର ଅଣାଯାଇଛି।
ଟେଷ୍ଟ୍ରି ଇଣ୍ଡିଆ ସିକ୍ୟୁରିଟିଜ୍ ଲିମିଟେଡ୍ ଓଡ଼ିଶାରୁ ୧୦କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଧିକ ସୁଧର ଲୋଭ ଦେଖାଇ କମ୍ପାନୀ ମୁଖ୍ୟତଃ ବାଲେଶ୍ୱର, ଭଦ୍ରକ, ସୋର ଓ ବେତନଟୀରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos