ଇସ୍ତଫା ଖବରକୁ ଓଡ଼ିଶା ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କ ଖଣ୍ଡନ

ଭୁବନେଶ୍ୱର: ଏଟି ଚିଟଫଣ୍ଡ ଲିଙ୍କ୍ ନେଇ ସିବିଆଇ ଜେରାର ସମ୍ମୁଖୀନ ହୋଇଥିବା ଓଡ଼ିଶା ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର କହିଥିଲେ। ତେବେ ତାଙ୍କର ଏଭଳି ମନ୍ତବ୍ୟ ଆସିବାର କିଛି ସମୟ ପରେ ଏହାକୁ ଖଣ୍ଡନ କରିଥିଲେ ରଜତ। ସେ କହିଥିଲେ,“ମୁଁ ଇସ୍ତଫା ଦେଇ ନାହିଁ। ଲୁଲୁ କ’ଣ କହିଛନ୍ତି ମୁଁ ଜାଣି ନାହିଁ।” ଆଜି ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା […]

sbb

sbb

Rakesh Mallick
  • Published: Tuesday, 26 April 2016
  • Updated: 26 April 2016, 05:01 PM IST

Sports

Latest News

ଭୁବନେଶ୍ୱର: ଏଟି ଚିଟଫଣ୍ଡ ଲିଙ୍କ୍ ନେଇ ସିବିଆଇ ଜେରାର ସମ୍ମୁଖୀନ ହୋଇଥିବା ଓଡ଼ିଶା ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର କହିଥିଲେ। ତେବେ ତାଙ୍କର ଏଭଳି ମନ୍ତବ୍ୟ ଆସିବାର କିଛି ସମୟ ପରେ ଏହାକୁ ଖଣ୍ଡନ କରିଥିଲେ ରଜତ।

ସେ କହିଥିଲେ,“ମୁଁ ଇସ୍ତଫା ଦେଇ ନାହିଁ। ଲୁଲୁ କ’ଣ କହିଛନ୍ତି ମୁଁ ଜାଣି ନାହିଁ।”

ଆଜି ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରି କଂଗ୍ରେସ ବାହାର କରିଥିବା ଶୋଭାଯାତ୍ରାରେ ଯୋଗ ଦେବା ଅବସରରେ ଲୁଲୁ ଏକ କାଗଜ ଦେଖାଇଥିଲେ ଓ ରଜତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହିଥିଲେ। ରଜତ ତାଙ୍କୁ ଆଜି ସକାଳେ ଭେଟିଥିବା କଥା ବି ସେ କହିଥିଲେ।

ଅନ୍ୟପକ୍ଷରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ,“ସେ  ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଥାଇପାରନ୍ତି।”

ଏଟି ଚଟଫଣ୍ଡ୍ ଲିଙ୍କ୍ ନେଇ ରଜତ ଚୌଧୁରୀଙ୍କୁ ସିବିଆଇ ୫ ଥର ଜେରା କରିସାରିଲାଣି। ଆଜି ସିବିଆଇ ଗୋଟିଏ ଦିନରେ ତାଙ୍କୁ ଦୁଇ ଥର ଡାକି ପ୍ରାୟ ୮  ଘଣ୍ଟା ଜେରା କରିଥିଲା।

ଗତକାଲି ମଧ୍ୟ ରଜତ ସିବିଆଇ ନିକଟରେ ହାଜର ହୋଇଥିଲେ। ସିବିଆଇ ରଜତଙ୍କୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା। ଅର୍ଥତତ୍ତ୍ୱ ସହ ଅର୍ଥ କାରବାର ନେଇ ତାଙ୍କୁ ପଚରାଉଚରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos