ହିଟ୍‌ ଆଣ୍ଡ ରନ୍‌ ମାମଲା: ବିଚାର ବିଭାଗୀୟ ହାଜତକୁ ଗଲେ ମୁଖ୍ୟ ଅଭିଯୁକ୍ତ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଆରଟିଓ ଛକ ହିଟ୍ ଆଣ୍ଡ ରନ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଚିତ୍ତ ମହାନ୍ତିଙ୍କୁ ଗିରଫ କରିଛି ପୁଲିସ୍‌। ଏହାକୁ ପ୍ରଥମେ ଗୋଟିଏ ସିରିଜ୍‌ ଦୁର୍ଘଟଣା କୁହାଯାଉଥିଲେ ହେଁ ବାସ୍ତବରେ ହତ୍ୟା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରାଯାଇଥିବା ଏବେ ସ୍ପଷ୍ଟ ହୋଇଛି। ଦୁର୍ଘଟଣାରେ ଆହତ ହୋଇଥିବା ଚିତ୍ତ ମହାନ୍ତି ହିଁ ମର୍ଡର ପ୍ଲଟର ମୁଖ୍ୟ କାର୍ପଟଦାର ବୋଲି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି। ଏହି ସିରିଜ୍‌ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ […]

ggg-1

ggg-1

Hemant Lenka
  • Published: Monday, 23 May 2022
  • Updated: 23 May 2022, 07:08 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଆରଟିଓ ଛକ ହିଟ୍ ଆଣ୍ଡ ରନ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଚିତ୍ତ ମହାନ୍ତିଙ୍କୁ ଗିରଫ କରିଛି ପୁଲିସ୍‌। ଏହାକୁ ପ୍ରଥମେ ଗୋଟିଏ ସିରିଜ୍‌ ଦୁର୍ଘଟଣା କୁହାଯାଉଥିଲେ ହେଁ ବାସ୍ତବରେ ହତ୍ୟା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରାଯାଇଥିବା ଏବେ ସ୍ପଷ୍ଟ ହୋଇଛି। ଦୁର୍ଘଟଣାରେ ଆହତ ହୋଇଥିବା ଚିତ୍ତ ମହାନ୍ତି ହିଁ ମର୍ଡର ପ୍ଲଟର ମୁଖ୍ୟ କାର୍ପଟଦାର ବୋଲି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି।

ଏହି ସିରିଜ୍‌ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ସାନୁ ନାୟକ ନାମକ ଆଉ ଜଣେ ଯୁବକ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଚିତ୍ତ ମହାନ୍ତି ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ପୁଲିସ୍‌ ଘଟଣାର ଯାଞ୍ଚ କରିବା ପରେ ଚିତ୍ତ ମହାନ୍ତିଙ୍କୁ ଗିରଫ କରିଛି। ଗିରଫ ପରେ ଆଜି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ବଲାଙ୍ଗିର ଏସଡିଜିଏମ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଆସନ୍ତା ୩ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପୁଲିସ୍‌ ଏହି ସମୟରେ ତାଙ୍କୁ ରିମାଣ୍ଡରେ ଆଣି ଅଧିକ ଚିକିତ୍ସା ସହ ଘଟଣାର ତଦନ୍ତ କରିବ।

ସରକାରୀ ଓକିଲ ହୃଷିକେଶ କୁମାର ସୁନାନି କହିଛନ୍ତି, ୨୭୯, ୩୩୭,୩୩୮ ଓ ୩୦୪ ଆଇପିସି ଅନୁଯାୟୀ ପ୍ରଥମେ ମାମଲା ହୋଇଥିଲା। ତଦନ୍ତ ବେଳେ ଘଟଣାର ମୋଡ଼ ବଦଳି ଥିଲା। ଏହାପରେ ଅଭିଯୁକ୍ତ ଚିତ୍ତ ମହାନ୍ତିଙ୍କ ନାଁରେ ୩୦୨, ୩୦୭ ଓ ୧୨୦ ବି ଦଫା ଲଗାଯାଇଛି। ଏହାପରେ ଚିତ୍ତ ମହାନ୍ତିଙ୍କୁ ଏସଡିଜିଏମ କୋର୍ଟ ୩ ତାରିଖ ଯାଏ ବିଚାର ବିଭାଗରୀୟ ହାଜତକୁ ପଠାଇ ଦେଇଛନ୍ତି। ଆଜି ଚିତ୍ତ ମହାନ୍ତି ଜାମିନ ଆବେଦନ କରି ନଥିଲେ। ଜାମିନ ଆବେଦନ ହେବା ପରେ ଶୁଣାଣି ହେବ ବୋଲି ସେ କହିଛନ୍ତି।

ଗତ ଶନିବାର ବଲାଙ୍ଗିର ସିରିଜ୍‌ ଦୁର୍ଘଟଣାରେ ଆହତ ଚିତ୍ତ ମହାନ୍ତି ଓ ସାନୁ ନାୟକ ସେମାନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ଅଭିଯୋଗ କରିଥିଲେ। ଏହାପରେ ସାମ୍ନାକୁ ଆସିଥିଲା ଦୁର୍ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କଏଦ ଦୃଶ୍ୟ। ଏଥିରେ କିଲର ମିନି ଟ୍ରକ୍‌ରେ ଚିତ୍ତ ରଞ୍ଜନ ଡ୍ରାଇଭର ସିଟ୍‌ରେ ବସିଥିଲେ। ଉକ୍ତ ସମୟରେ ତାଙ୍କ ପାଖ ସିଟ୍‌ରେ ଆଉ ଜଣେ ବସିଥିଲେ। ମିନିଟ୍ରକଟି ବାଟରେ ଯାଉଥିବା ବାଇକ୍‌କୁ ଧକ୍କା ଦେଇଥିଲା। ବାଇକ୍‌ରେ ସାନୁ ଓ ଶ୍ରୀକାନ୍ତ ବସିଥିଲେ। ଦୁର୍ଘଟଣାରେ ଶ୍ରୀକାନ୍ତର ମୃତ୍ୟୁ ହୋଇଯାଇଛି।

ବାଇକ୍‌କୁ ଧକ୍କା ଦେଇ ମିନିଟ୍ରକଟି ଏକ ଗଛରେ ପିଟିହୋଇ ରାସ୍ତା ମଝିକୁ ବୁଲି ଯାଇଥିଲା। ଏହି ସମୟରେ ରାସ୍ତାରେ ଆସୁଥିବା ଅନ୍ୟ ଏକ ଟ୍ରକ ସହ ଏହାର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଚିତ୍ତଙ୍କ ବାମ ଗୋଡ଼ ଭାଙ୍ଗିଯାଇଥିଲା। ତେଣୁ ସେ ଫେରାର ହୋଇ ପାରି ନ ଥିଲେ। ହେଲେ ତାଙ୍କ ସହଯୋଗୀ ଫେରାର ହୋଇଯାଇଥିବାରୁ ତାଙ୍କୁ ପୁଲିସ୍‌ ଖୋଜୁଛି।

ତଦନ୍ତ ବେଳେ ପୁଲିସ୍‌ ଜାଣିବାକୁ ପାଇଥିଲା ଯେ ସାନୁ ନାୟକଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ବେଳେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚିତ୍ତ ମହାନ୍ତି ଷଡ଼ଯନ୍ତ୍ର କରିଥିଲେ। ସୌଭାଗ୍ୟବଶତଃ ସାନୁ ବଞ୍ଚି ଯାଇଥିଲେ ମଧ୍ୟ ତାଙ୍କ ସାଙ୍ଗରେ ଥିବା ଶ୍ରୀକାନ୍ତ ବାଗଙ୍କ ମୃତ୍ୟୁ ହୋଇଥିଲା। ପୁଲିସ୍‌ ଅଧିକ ତଦନ୍ତ ପାଇଁ ଶନିବାର ଅପରାହ୍ନରେ ଏକ ଟିମ୍‌ ମେଡିକାଲରେ ପହଞ୍ଚିଥିଲା। ମାତ୍ର ସେତେବେଳେ ସେଠାରେ ଚିତ୍ତ ନଥିଲେ। ସେ ବିଶାଖାପାଟଣା ପଳାଇବାକୁ ଉଦ୍ୟମ କରୁଥିଲେ। ଏହା ଜାଣିପାରି ବଲାଙ୍ଗିର ପୁଲିସ ଥୁଆମୁଳ ପୁଲିସ୍‌ ସହାୟତାରେ ତାଙ୍କୁ ଓଡ଼ିଶା- ଆନ୍ଧ୍ର ବର୍ଡରରୁ ବଲାଙ୍ଗିର ଆଣିଥିଲା।
ଆରଟିଓ ଛକ ହିଟ୍ ଆଣ୍ଡ ରନ୍ ମାମଲା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ବଲାଙ୍ଗିର ଏସ୍‌ପି ନୀତୀନ କୁଶଲକର କହିଛନ୍ତି। ହତ୍ୟା ଷଡ଼ଯନ୍ତ୍ରକୁ ଦୁର୍ଘଟଣାର ରୂପ ଦେବାକୁ ଚିତ୍ତ ମହାନ୍ତି ଚେଷ୍ଟା କରିଥିଲେ। ବାଇକ୍ ଆରୋହୀଙ୍କୁ ଯେଉଁ ମିନି ଟ୍ରକ ଧକ୍କା ଦେଇଥିଲେ ସେଥିରେ ୨ ଜଣ ଥିଲେ। କିଏ ଟ୍ରକ ଚଳାଉଥିଲା, ତଦନ୍ତ ପରେ ତାହା ଜଣାପଡ଼ିବ ବୋଲି ଏସ୍‌ପି କହିଛନ୍ତି। ତେବେ ସେ ସ୍ପଷ୍ଟ କରିଛନ୍ତି, ଚିତ୍ତରଂଜନ ମହାନ୍ତି ହିଁ ମୁଖ୍ୟ ଅଭିଯୁକ୍ତ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ଅଟକ ରଖାଯାଇଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟା ଷଡ଼ଯନ୍ତ୍ର ହୋଇଥିବା ସେ କହିଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି ଯେ ଘଟଣା ଦିନ ଚିତ୍ତ ମହାନ୍ତି ହିଁ ମିନି ଟ୍ରକ୍‌ ଚଳାଉଥିଲେ। କିନ୍ତୁ ଏହାକୁ ସେ ଖଣ୍ଡନ କରିଛନ୍ତି। ଆଜି କୋର୍ଟ ଚାଲାଣ ବେଳେ ମୁହଁ ଖୋଲିଛନ୍ତି ଚିତ୍ତ। ଦୁର୍ଘଟଣା ବେଳେ ସେ ଟ୍ରକରେ ନଥିଲେ। ଦୁର୍ଘଟଣାକୁ ଏକ ଭିନ୍ନ ରଙ୍ଗ ଦିଆଯାଉଛି। ସେ ଖୋଦ୍ ଆହତ ହୋଇଛନ୍ତି। ଭିଡିଓରେ ଥିବା ବ୍ୟକ୍ତି ସେ ନୁହନ୍ତି ବୋଲି ଚିତ୍ତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story