ମାଟ୍ରିକ ପ୍ରଶ୍ନ ଭାଇରାଲ୍‌ ପରେ +୨ କାଉନ୍‌ସିଲ୍‌ ଛାନିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ୪ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା। ତେବେ ପରୀକ୍ଷା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଘାରିଛି ପ୍ରଶ୍ନପତ୍ର ଭାଇରାଲ୍ ଚିନ୍ତା। ଏଥିପାଇଁ ସବୁ ପରୀକ୍ଷା କେନ୍ଦ୍ରର ଅଧିକାରୀଙ୍କୁ ତାଗିଦ ମଧ୍ୟ କରାଯାଇଛି।  ପ୍ରଶ୍ନପତ୍ର ଯେପରି ଭାଇରାଲ୍ ନହୁଏ ସେଥିଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଗୁଆ ବ୍ୟବସ୍ଥା ଗ୍ରହଣ କରାଯାଇଛି। କପି ଚେକିଂ ପାଇଁ ଯାଉଥିବା ଫ୍ଲାଇଁ ସ୍କ୍ୱାଡର ଅଧିକାରୀମାନେ ମଧ୍ୟ ପରୀକ୍ଷା କେନ୍ଦ୍ର ଭିତରକୁ ବିନା ମୋବାଇଲରେ […]

Kerala-plus-two-results

Kerala-plus-two-results

Rakesh Mallick
  • Published: Thursday, 01 March 2018
  • Updated: 01 March 2018, 07:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ୪ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା। ତେବେ ପରୀକ୍ଷା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଘାରିଛି ପ୍ରଶ୍ନପତ୍ର ଭାଇରାଲ୍ ଚିନ୍ତା। ଏଥିପାଇଁ ସବୁ ପରୀକ୍ଷା କେନ୍ଦ୍ରର ଅଧିକାରୀଙ୍କୁ ତାଗିଦ ମଧ୍ୟ କରାଯାଇଛି।  ପ୍ରଶ୍ନପତ୍ର ଯେପରି ଭାଇରାଲ୍ ନହୁଏ ସେଥିଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଗୁଆ ବ୍ୟବସ୍ଥା ଗ୍ରହଣ କରାଯାଇଛି। କପି ଚେକିଂ ପାଇଁ ଯାଉଥିବା ଫ୍ଲାଇଁ ସ୍କ୍ୱାଡର ଅଧିକାରୀମାନେ ମଧ୍ୟ ପରୀକ୍ଷା କେନ୍ଦ୍ର ଭିତରକୁ ବିନା ମୋବାଇଲରେ ଯିବେ। ସେହିପରି ପରୀକ୍ଷକମାନେ କେନ୍ଦ୍ରର ଏକ ନିର୍ଦ୍ଦିଷ୍ଟ ରୁମ୍‌ରେ ସମସ୍ତ ମୋବାଇଲ୍ ରଖି ପରୀକ୍ଷା ପରିଚାଳନା କରିବେ। ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ପରିଷଦ ପକ୍ଷରୁ ୬ ସୂତ୍ରୀ ଗାଇଡଲାଇନ୍ ଜାରି ହୋଇଛି। କେବଳ ସେତିକି ନୁହେଁ ପ୍ରଶ୍ନପତ୍ର ଭାଇରାଲ୍ କିମ୍ବା ଅନ୍ୟକୌଣସି ବିଭ୍ରାଟ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିଷଦ ପକ୍ଷରୁ ଚେତେଇ ଦିଆଯାଇଛି।

ଚଳିତବର୍ଷ ୩ ଲକ୍ଷ ୬୫ହଜାର ୮୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ରାଜ୍ୟରେ ୧୧୦୪ ଟି ପରୀକ୍ଷାକେନ୍ଦ୍ର ଓ ୨୦୨ ଟି ହବ୍ କରାଯାଇଛି। ଅନ୍ୟପଟେ ଶିକ୍ଷାବିତଙ୍କ ମତରେ କିଛି ଅସାଧୁ ଶିକ୍ଷକଙ୍କ ଦ୍ୱାରା ପ୍ରଶ୍ନପତ୍ର ଭାଇରାଲ୍ କରାଯାଉଛି। ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଶ୍ନପତ୍ର ଅଧିକ ଭାଇରାଲ୍ ହେବାର ସମ୍ଭାବନା ଥିବା ଆଶଙ୍କା କରିଛନ୍ତି ଶିକ୍ଷାବିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos