ସିପିଯୋଡ଼ିରେ ୨ ଜଣଙ୍କ ମୃତ୍ୟୁ ଆମ୍ବ ଟାକୁଆ ଜାଉ ଖାଇ ହୋଇନି: ଉପଜିଲ୍ଲାପାଳ

ରାୟଗଡ଼ା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍‌  ସିପିଯୋଡ଼ି ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ତେଜିବାରେ ଲାଗିଛି ବିବାଦ। ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ସତ୍ୟ ଉପରେ ପରଦା ଢାଙ୍କିବାକୁ ଆଜି ଭରପୂର ପ୍ରୟାସ କରିଥିବା ବେଳେ ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଘଟଣାର ତଦନ୍ତପାଇଁ ସିପିଯୋଡି ଗସ୍ତରେ ଯାଇଥିବା ପ୍ରଶାସନିକ ତଦନ୍ତକାରୀ ଦଳ (ଉପଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଓ ଏଡିଏମ୍‌) ଆଜି ସ୍ପଷ୍ଟ […]

cipijodi

cipijodi

Rakesh Mallick
  • Published: Sunday, 28 August 2016
  • Updated: 29 August 2016, 12:37 PM IST

Sports

Latest News

cipijodiରାୟଗଡ଼ା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍‌  ସିପିଯୋଡ଼ି ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ତେଜିବାରେ ଲାଗିଛି ବିବାଦ। ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ସତ୍ୟ ଉପରେ ପରଦା ଢାଙ୍କିବାକୁ ଆଜି ଭରପୂର ପ୍ରୟାସ କରିଥିବା ବେଳେ ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି।

ଘଟଣାର ତଦନ୍ତପାଇଁ ସିପିଯୋଡି ଗସ୍ତରେ ଯାଇଥିବା ପ୍ରଶାସନିକ ତଦନ୍ତକାରୀ ଦଳ (ଉପଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଓ ଏଡିଏମ୍‌) ଆଜି ସ୍ପଷ୍ଟ କରିଛି ଯେ ଆମ୍ବ ଟାକୁଆ ଖାଇବା ଯୋଗୁଁ ଗ୍ରାମବାସୀଙ୍କର ମୃତ୍ୟୁ ହୋଇନାହିଁ। ଏହାର ଅନ୍ୟ କିଛି କାରଣ ରହିଛି।

ଏହି ଦଳ ସହ ସମାଜସେବୀ ସୁମନୀ ଝୋଡିଆ ବି ଯାଇଥିଲେ।

ଗସ୍ତପରେ ଗଣମାଧ୍ୟମକୁ ଉପଜିଲ୍ଲାପାଳ ମୂରଲୀଧର ସ୍ୱାଇଁ କହିଛନ୍ତି,“ଅଭିଯୋଗ ହୋଇଥିଲା ଯେ ସିପିଯୋଡିରେ ଆମ୍ବଟାକୁଆ ଖାଇ ୨ ଜଣଙ୍କର ମୃତ୍ୟୁ ହୋଇଛି ବୋଲି। ତାହାର ଆଜି ଆମେ ତଦନ୍ତ କଲୁ। ଏହି ଗାଁରେ ମୋଟ ୨ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ୧୦ ଓ ୧୨ ବର୍ଷର ପିଲାଙ୍କୁ ଜର ହୋଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ୭୦ରୁ ବର୍ଷରୁ ଅଧିକ ବର୍ଷର ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ବୃଦ୍ଧ ଜଣକ ଓ ତାଙ୍କ ପତ୍ନୀ ଦୀର୍ଘ ବର୍ଷ ହେବ ଭତ୍ତା ପାଉଥିଲେ। ଗାଧେଇବାକୁ ଯାଇ ଫେରୁଥିବା ବେଳେ ବୃଦ୍ଧ ଜଣକ ମୃତ୍ୟୁବରଣ କରିଛନ୍ତି। ଏମାନଙ୍କର ମୃତ୍ୟୁ ଆମ୍ବ ଟାକୁଆ ଜାଉ ଖାଇବା ଯୋଗୁଁ ଘଟି ନାହିଁ  ବଂର ଏହାର ଅନ୍ୟ କିଛି କାରଣ ରହିଛି।”

ମୃତକଙ୍କ ବାପା ହାରୁପୁ ମାଝି କହିଛନ୍ତି,“ଆଜି ସକାଳୁ ବିଡିଓ ଏକ ପକେଟ ଚାଉଳ ଦେଇଥିଲେ ତାହା ଆମେ ରୋଷେଇ କରିଥିଲୁ। ଆମେ ଆଗରୁ ଡାଳମୂଳ ଓ ଆମ୍ବ ଟାକୁଆ ଖାଇ ବଞ୍ଚୁଥିଲୁ।”

ପୂର୍ବରୁ ବିଡିଓ ୨୦୦୦ ଟଙ୍କା ଦେଇଥିଲେ ବୋଲି କହିଛନ୍ତି ମୃତକଙ୍କ ବାପା ହାରୁପୁ ମାଝି।

ଅନ୍ୟପକ୍ଷରେ ବିଜେପିର ରାୟଗଡା ଜିଲ୍ଲା ସଭାପତି ଶିବ ଶଙ୍କର ଉଲାକାଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍‌ ତଥ୍ୟ ଅନୁସନ୍ଧାନକାରୀ ଦଳ କାଶୀପୁର ଯାଇ ସ୍ଥିତି ଅନୁଧ୍ୟାନ କରିଛି। ପ୍ରତିନିଧି ଦଳର ସଦସ୍ୟମାନେ ସିପିଯୋଡିକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ ତଥ୍ୟ ହାସଲ କରିଛି।

ବିଜେପିର ରାୟଗଡା ଜିଲ୍ଲା ସଭାପତି ଶିବ ଶଙ୍କର ଉଲାକା କହିଛନ୍ତି,“ସ୍ୱାଧୀନତାର ଦୀର୍ଘ ବର୍ଷ ପରେ କାଶିପୁର ବ୍ଲକର ସିପିଯୋଡି ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣ ମୃତମୁଖରେ ପଡିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜେଡି ୧୭ ବର୍ଷ ଧରି ଶାସନ କରି ପୁଣି ଥରେ ରାଜ୍ୟକୁ ୧୫ ବର୍ଷ ପଛକୁ ନେଇଯାଇଛି। ରାଜ୍ୟରେ ସବୁ ଯୋଜନା କିପରି ଫେଲ ମାରିଛି ଓ କିପରି ସ୍ଥାନୀୟ ପ୍ରଶାସନ ସ୍ଥାଣୁ ପାଲିଟିଛି ତାହା ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos