ବିଜେବି କଲେଜରେ ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ପିଟାପିଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେବି କଲେଜରେ ଆଜି ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ମାଡ଼ଗୋଳ ହୋଇଛି। ଉଭୟେ ପରସ୍ପରକୁ ପିଟିଛନ୍ତି। ଏହା ସହ ହଷ୍ଟେଲରେ ଭଙ୍ଗାରୁଜା ହୋଇଥିବା ଜଣାଯାଇଛି। ଏଥିରେ ଉଭୟ ହଷ୍ଟେଲର ୧୫ରୁ ଊର୍ଦ୍ଧ୍ୱ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି। ମିଳିଥିବା ସୂଚନା ଅନୁସାର, ଗତକାଲି କଲେଜର ଖାରବେଳ ଓ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କଥାକୁ ନେଇ […]

BJB College

BJB College

Tapaswini Nayak
  • Published: Thursday, 02 September 2021
  • Updated: 02 September 2021, 01:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେବି କଲେଜରେ ଆଜି ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ମାଡ଼ଗୋଳ ହୋଇଛି। ଉଭୟେ ପରସ୍ପରକୁ ପିଟିଛନ୍ତି। ଏହା ସହ ହଷ୍ଟେଲରେ ଭଙ୍ଗାରୁଜା ହୋଇଥିବା ଜଣାଯାଇଛି। ଏଥିରେ ଉଭୟ ହଷ୍ଟେଲର ୧୫ରୁ ଊର୍ଦ୍ଧ୍ୱ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।

ମିଳିଥିବା ସୂଚନା ଅନୁସାର, ଗତକାଲି କଲେଜର ଖାରବେଳ ଓ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କଥାକୁ ନେଇ ଆକ୍ରୋଶ ସୃଷ୍ଟି ହୋଇଥିଲା। ପୁଲିସ୍ ଉପସ୍ଥିତିରେ ଏହା ସମାଧାନ ହୋଇଥିଲା। ହେଲେ ଆଜି ସକାଳେ ଆମ୍ବେଦକର ହଷ୍ଟେଲର ୫୦ରୁ ଊର୍ଦ୍ଧ୍ୱ ଛାତ୍ର ଖାରବେଳ ହଷ୍ଟେଲକୁ ପଶି ଆସି ଝରକାକବାଟ ଭଙ୍ଗାରୁଜା କରିବା ସହ ଛାତ୍ରମାନଙ୍କୁ ମାରପିଟ କରିଥିଲେ।

ଖାରବେଳ ହଷ୍ଟେଲ ଜଣେ ଛାତ୍ର କହିଛନ୍ତି, ଆମ ରୁମରେ ଥିବାବେଳେ ୫୦ରୁ ଅଧିକ ଛାତ୍ର ପଶି ଆସି କବାଟ ଝରକା ଭଙ୍ଗାରୁଜା କରିଥିଲେ। ପରେ ଆମକୁ ବାଡ଼େଇ ପଳାଇଯାଇଥିଲେ।

ଆଉ ଯେପରି କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବ ସେଥିପାଇଁ ବିଜେବି କଲେଜ ପରିସର ପୁଲିସ ମୁତୟନ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos