ନିଲମ୍ବିତ ଉପ-ଜିଲ୍ଳାପାଳଙ୍କୁ କ୍ଳିନଚିଟ୍ ! ମୁଖ୍ୟ ଶାସନ ସଚିବଙ୍କୁ ଗୁହାରି କଲେ ପୀଡିତା

ବଲାଙ୍ଗିର(ମନ ରଞ୍ଜନ ଯୋଶୀ): ଗତ ଅଗଷ୍ଟ ୧୪ ତାରିଖରେ ବଲାଙ୍ଗିରର ତତକାଳୀନ ଉପ-ଜିଲ୍ଳାପାଳ ସଂଜୟ ମିଶ୍ରଙ୍କ ନାଁରେ ଆସିଥିଲା ସଂଗୀନ ଅଭିଯୋଗ।  ଜଣେ ଅଧସ୍ଥନ ମହିଳା କର୍ମଚାରୀ଼ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ।  ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା ପରେ ତତ୍କାଳ ଉପ-ଜିଲ୍ଳାପାଳଙ୍କୁ ନିଲମ୍ବିତ କରିଥିଲେ ରାଜ୍ୟ ସରକାର।  ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ଅଭିଯୋଗ କମିଟିକୁ ନିର୍ଦେଶ ଦେଇଥିଲେ ତତକାଳୀନ ଜିଲ୍ଳାପାଳ।  ହେଲେ ୬ ଜଣିଆ କମିଟି ତଦନ୍ତକରି ଉପ-ଜିଲ୍ଳାପାଳଙ୍କୁ କ୍ଲିନଚିଟ ଦେଇଛି। ତତକାଳୀନ […]

rape,,,,,,

rape,,,,,,

Tapas Behera
  • Published: Tuesday, 17 November 2020
  • Updated: 17 November 2020, 06:51 PM IST

Sports

Latest News

ବଲାଙ୍ଗିର(ମନ ରଞ୍ଜନ ଯୋଶୀ): ଗତ ଅଗଷ୍ଟ ୧୪ ତାରିଖରେ ବଲାଙ୍ଗିରର ତତକାଳୀନ ଉପ-ଜିଲ୍ଳାପାଳ ସଂଜୟ ମିଶ୍ରଙ୍କ ନାଁରେ ଆସିଥିଲା ସଂଗୀନ ଅଭିଯୋଗ।  ଜଣେ ଅଧସ୍ଥନ ମହିଳା କର୍ମଚାରୀ଼ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ।  ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା ପରେ ତତ୍କାଳ ଉପ-ଜିଲ୍ଳାପାଳଙ୍କୁ ନିଲମ୍ବିତ କରିଥିଲେ ରାଜ୍ୟ ସରକାର।  ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ଅଭିଯୋଗ କମିଟିକୁ ନିର୍ଦେଶ ଦେଇଥିଲେ ତତକାଳୀନ ଜିଲ୍ଳାପାଳ।  ହେଲେ ୬ ଜଣିଆ କମିଟି ତଦନ୍ତକରି ଉପ-ଜିଲ୍ଳାପାଳଙ୍କୁ କ୍ଲିନଚିଟ ଦେଇଛି। ତତକାଳୀନ ଉପ-ଜିଲ୍ଳାପାଳ ସଂଜୟ କୁମାର ମିଶ୍ରଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାରେ କୌଣସି ସତ୍ୟତା ନାହିଁ ବୋଲି କୁହାଯାଇଛି। କିନ୍ତୁ କମିଟିର ତଦନ୍ତରେ ଖୁସି ନୁହନ୍ତି ଅଭିଯୋଗକାରିଣୀ । ତାଙ୍କୁ ନ୍ୟାୟ ଦେବା ପାଇଁ ଗୃହ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ଦରଖାସ୍ତ କରିଛନ୍ତି ଅଭିଯୋଗକାରିଣୀ ମହିଳା କର୍ମଚାରୀ ।  ସେପଟେ ତଦନ୍ତ କମିଟିରେ ଉପ-ଜିଲ୍ଳାପାଳଙ୍କ ଅଧିନସ୍ଥ କର୍ମଚାରୀ ଥିବାରୁ, ତଦନ୍ତ ପ୍ରଭାବିତ ହୋଇଥିବା ଅଭିଯୋଗ କରିଛନ୍ତି ମହିଳା ସମାଜସେବୀ ।

ପୂରା ଘଟଣା ଥିଲା ଏମିତି। ବଲାଙ୍ଗିର ଉପ-ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଦିନ ଦ୍ୱିପ୍ରହରେ ନିଜ ଚେମ୍ବରକୁ ଡାକି ଖୋଦ ଉପ-ଜିଲ୍ଳାପାଳ ସଂଜୟ ମିଶ୍ର ଯୌନ ନର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଆଉ ଅଭିଯୋଗ ପରେ ଜଣାପଡିଥିଲା ଯେ, ଉପ-ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଓ ଚେମ୍ବର ଭିତରେ ଥିବା ସିସିଟିଭି ବନ୍ଦ ରହିଥିଲା। ତେଣୁ ଠୋସ ପ୍ରମାଣ ପାଇବାରୁ ବଂଚିତ ହୋଇଥିଲେ ତଦନ୍ତ କମିଟି।  ଆଉ ନିଲମ୍ବନ ହେବାର ପରଦିନ, ଉପ-ଜିଲ୍ଳାପାଳଙ୍କ ସରକାରୀ ବାସଭବନରେ ତାଙ୍କ ଅଫିସର କିଛି ମହିଳା କର୍ମଚାରୀ ଯାଇ ଗୁପ୍ତ ବୈଠକ କରୁଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି ।

ଆଉ ଗଣାମାଧ୍ୟମ ପ୍ରତିନିଧିଙ୍କୁ ଦେଖି ବାଡ ଡେଇଁ ଦଉଡି ପଲାଉଥିବା ବେଳେ, ସବୁ କିଛି କ୍ୟାମେରାରେ  କଏଦ ହୋଇଥିଲା। ହେଲେ ବର୍ତ୍ତମାନ କମିଟିର ରିପୋର୍ଟରେ ସ୍ପଷ୍ଟ ଭାବରେ ଜଣାପଡିଛି ଯେ, ଯେଉଁ  ମହିଳା କର୍ମଚାରୀ ମାନେ ଉପ-ଜିଲ୍ଳାପାଳଙ୍କ ଘରେ ଗୁପ୍ତ ବୈଠକ କରିଥିଲେ ସେମାନଙ୍କୁ ସାକ୍ଷୀ ଭାବରେ ଗ୍ରହଣ କରାଯାଇଛି।  ତେଣୁ କମିଟିରର ତଦନ୍ତ ପ୍ରକ୍ରିୟାକୁ  ନେଇ ପ୍ରଶ୍ନ କରିଛନ୍ତି ମହିଳା ସେବଚ୍ଛାସେବୀ । ଜଣେ ଅଧିନସ୍ଥ କର୍ମଚାରୀ କେମିତି ଉପରିସ୍ଥ ଅଧିକାରୀଙ୍କ ବିରେଧରେ ସାକ୍ଷୀ ହୋଇପାରିବ, ତାକୁ  ନେଇ ବି ପ୍ରଶ୍ନ କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବିଭିନ୍ନ ମହିଳା ଫୋରମର କର୍ମକର୍ତ୍ତା। ଘଟଣାକୁ ନେଇ ପୀଡିତାଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ବି ସ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ତଥାପି ସେ ନ୍ୟାୟ ପାଇ ନାହାନ୍ତି ଓ ନ୍ୟାୟ ପାଇଁ ଗୃହ ସଚିବ ଓ ମୁଖ୍ୟ ଶାସନ୍ତ ସଚିବଙ୍କୁ ଲିଖିତ ଭାବେ ଜଣାଇଥିବା କହିଥିଲେ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos