କିରାଣୀଙ୍କ ଘରେ ପଶିଲା ଭିଜିଲାନ୍ସ

କେନ୍ଦୁଝର(ପ୍ରଣୟ ପାଣି): ଭିଜିଲାନ୍ସ ଜାଲରେ ପଡ଼ିଗଲେ   । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ ବିଇଓ ଅଫିସ୍ କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ଆଜି ସକାଳୁ ରେଡ୍ କରିଛି ଭିଜିଲାନ୍ସ  । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ସରକାରୀ କ୍ୱାଟର୍ସ ସମେତ ୫ଟି ଜାଗାରେ ଚଢାଉ ହେଉଛି ।

ଗଙ୍ଗାଧର ସାହୁଙ୍କ ବାଂଶପାଳ ଅଫିସ , କେନ୍ଦୁଝରସ୍ଥିତ ସରକାରୀ ବାସଭବନ, ଭାଲକି ପାତାଳାସ୍ଥିତ ତିନି ମହଲା ଘର, ତେଲକୋଇସ୍ଥିତ ପୈତୃକ ଘର ସହିତ ଶ୍ୱଶୁର ଘରେ ଏକକାଳୀନ ଚଢାଉ ଜାରି ରହିଛି ।

ସୂଚନାଯୋଗ୍ୟ, ଗଙ୍ଗାଧର ସାହୁଙ୍କ ନାମରେ ପୂର୍ବରୁ ବହୁଥର ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏପରିକି ଭିଜିଲାନ୍ସ କୋର୍ଟରେ ବି ଏନେଇ ଅଭିଯୋଗ ହୋଇଥିଲା। ଏହାପରେ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଆଜି ସକାଳେ ଏକକାଳୀନ ୫ଟି ସ୍ଥାନରେ ରେଡ କରାଯାଉଛି। ଖୋଦ ବାଲେଶ୍ୱର ଏସ୍‌ପି ଏହି ଚଢ଼ାଉର ନେତୃତ୍ୱ ନେଉଛନ୍ତି। ଏହି ଚଢାଉରେ ୩ ଜଣ ଡିଏସ, ୭ ଜଣ ଇନସ୍ପେକ୍ଟର, ୨ ଜଣ ଏଏସଆଇ ଓ ୯ ଜଣ କନଷ୍ଟେବଳ ସାମିଲ ହୋଇଛନ୍ତି ।

ଚଢ଼ାଉ ଜାରି ରହିଥିବାରୁ ତାଙ୍କ ମୋଟ ସମ୍ପତ୍ତିର ଆକଳନ କରାଯାଇ ପାରିନାହିଁ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।