ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶିଖାଇବାକୁ ନୂଆଦିଲ୍ଲୀ ସ୍ଥିତ ବାସଭବନ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶିଖାଇବାକୁ ଛାତ୍ର କଂଗ୍ରେସ ପକ୍ଷରୁ ନବୀନଙ୍କ ବାସବଭନ ସମ୍ମୁଖରେ ବର୍ଣ୍ଣବୋଧ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଘଟଣାରେ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ସମେତ ୫ ଜଣଙ୍କୁ ଅଟକ ରଖିଛି ଦିଲ୍ଲୀର ତୁଗଲକ୍‌ ରୋଡ ପୋଲିସ। ୧୪୪ ଧାରାକୁ ଅମାନ୍ୟ କରିବା ଅଭିଯୋଗରେ ସେମାନଙ୍କୁ ଅଟକ ରଖାଯାଇଛି।ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଦିଲ୍ଲୀଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ସମ୍ମୁଖରେ ଏପରି ବିରୋଧ କରାଯିବା ପରେ ରାଜନୀତି ସରଗରମ ହୋଇଛି।