ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ପ୍ରଶାସକଙ୍କ ସହ ବିଭିନ୍ନ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ପ୍ରଶାସକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପେନ୍ଦ୍ର ବେହେରା ଏବଂ ଉନ୍ନୟନ କମିଶନର ତଥା ଅର୍ଥ ସଚିବ ଆର୍. ବାଲାକ୍ରିଷ୍ଣନ୍ ଓ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ଓ ଉନ୍ନୟନମୂଳକ କାର୍ଯ୍ୟ ଓ ଅନ୍ୟ ପ୍ରସଙ୍ଗରେ ଏହି ଆଲୋଚନା ଚାଲିଥିବା ଜଣାପଡିଛି।