କଳାହାଣ୍ଡିରେ ପ୍ରଥମ ମେଗା ଉଠା ଜଳସେଚନ ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି ରାଜ୍ୟର ପ୍ରଥମ ମେଗା ଉଠା ଜଳସେଚନ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଜିଲ୍ଲାର କେସିଙ୍ଗା ବ୍ଲକର ଲଇତାରାଠାରେ ୨୬୨କୋଟି ୨୬ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। ସେହିଭଳି ମୁଖ୍ୟମନ୍ତ୍ରୀ ସମ୍ୱଲପୁର ଜିଲ୍ଲାର କୁଚିଣ୍ଡାଠାରେ ହେବାକୁ ଥିବା ଆଉ ଏକ ମେଗା ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ କୁଚିଣ୍ଡା ବ୍ଲକର […]

cm

cm

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 04:42 PM IST

Sports

Latest News

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି ରାଜ୍ୟର ପ୍ରଥମ ମେଗା ଉଠା ଜଳସେଚନ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଜିଲ୍ଲାର କେସିଙ୍ଗା ବ୍ଲକର ଲଇତାରାଠାରେ ୨୬୨କୋଟି ୨୬ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। ସେହିଭଳି ମୁଖ୍ୟମନ୍ତ୍ରୀ ସମ୍ୱଲପୁର ଜିଲ୍ଲାର କୁଚିଣ୍ଡାଠାରେ ହେବାକୁ ଥିବା ଆଉ ଏକ ମେଗା ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ କୁଚିଣ୍ଡା ବ୍ଲକର ୬ଟି ଓ ରେଙ୍ଗାଲି ବ୍ଲକର ୨ଟି ସ୍କିମ୍ ମାଧ୍ୟମରେ ମୋଟ ୧୩ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଇପାରିବ। ଏସବୁ ମେଗା ପ୍ରକଳ୍ପ ବ୍ୟତୀତ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ଅନ୍ୟାନ୍ୟ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଯାଇଥିବା ବେଳେ ଏଲ.ଏନ୍. କଲେଜ ସମସ୍ୟା ନେଇ ଛାତ୍ରମାନେ ତାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos