ସୋରଡ଼ାରେ ମୃତଦେହ ବୋହିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଘେରିଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ସୋରଡ଼ାରେ ମା’ର ମୃତଦେହ ବୋହିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଟ୍ୱିଟର ପେଜରେ ଲେଖିଛନ୍ତି ନିଜ ଜିଲ୍ଲାରେ ଘଟିଥିବା ଘଟଣାକୁ ମୁଖ୍ୟମନ୍ତ୍ରୀ ମିଥ୍ୟ ବୋଲି କହିବେକି? ମରଶରୀରକୁ ସମ୍ମାନ ଦେବା ପାଇଁ ମହାପ୍ରୟାଣ ଗାଡ଼ିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କୁଆଡ଼େ ଗଲା? ଏହି ଘଟଣା ନବୀନ ସରକାରର ସ୍ଥାଣୁତା ଓ ଅପାରଗତାର ମୁଖା ଖୋଲିଛି ବୋଲି ଧର୍ମେନ୍ଦ୍ର ଟ୍ୱିଟର ପେଜରେ ଲେଖିଛନ୍ତି। ଏପରି […]

sorada medical

sorada medical

Rakesh Mallick
  • Published: Thursday, 06 July 2017
  • Updated: 06 July 2017, 07:12 PM IST

Sports

Latest News

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ସୋରଡ଼ାରେ ମା’ର ମୃତଦେହ ବୋହିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଟ୍ୱିଟର ପେଜରେ ଲେଖିଛନ୍ତି ନିଜ ଜିଲ୍ଲାରେ ଘଟିଥିବା ଘଟଣାକୁ ମୁଖ୍ୟମନ୍ତ୍ରୀ ମିଥ୍ୟ ବୋଲି କହିବେକି? ମରଶରୀରକୁ ସମ୍ମାନ ଦେବା ପାଇଁ ମହାପ୍ରୟାଣ ଗାଡ଼ିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କୁଆଡ଼େ ଗଲା? ଏହି ଘଟଣା ନବୀନ ସରକାରର ସ୍ଥାଣୁତା ଓ ଅପାରଗତାର ମୁଖା ଖୋଲିଛି ବୋଲି ଧର୍ମେନ୍ଦ୍ର ଟ୍ୱିଟର ପେଜରେ ଲେଖିଛନ୍ତି।

ଏପରି ସମ୍ୱେଦନଶୀଳ ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି-“ମୁଁ ରାଜ୍ୟ ସରକାରଙ୍କୁ ଚେତାଇବାକୁ ଚାହୁଛି। ମୁଖ୍ୟମନ୍ତ୍ରୀ ଘଟଣା ନେଇ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହିତ କଥା ହୁଅନ୍ତୁ। ଏହି ଘଟଣାରେ ଯିଏ ସମ୍ପୃକ୍ତ ସେମାନଙ୍କ ବିରୋଧକରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହାକୁ ନେଇ ମୋର ରାଜନୀତି କରିବାର ନାହିଁ।”

ଗତକାଲି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୋରିଷବିଲି ଗାଁର ଭାନୁମତି ନାଈଙ୍କ ମୃତ୍ୟୁ ଘଟିଥିଲା। ମହାପ୍ରୟାଣ ଗାଡ଼ି ନମିଳିବାରୁ ପରିବାର ଲୋକେ ମୃତଦେହକୁ ଭାର କରି ବୋହି ନେଇଥିଲେ। ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos