କେନ୍ଦ୍ର ପରେ ରାଜ୍ୟ ନେଲା ବଡ଼ ନିଷ୍ପତ୍ତି, ତେଲ ଉପରୁ କମାଇଲା ୩ ଟଙ୍କା ଭାଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀପାବଳିରେ ଭେଟି ଦେଲେ ରାଜ୍ୟ ସରକାର। ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ଆଜି ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି।  ରାଜ୍ୟ ସରକାର ବି ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହି ଭାଟ ହ୍ରାସ  ୫ ତାରିଖ ଅର୍ଥାତ […]

petrol

petrol

Tapaswini Nayak
  • Published: Thursday, 04 November 2021
  • Updated: 04 November 2021, 02:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀପାବଳିରେ ଭେଟି ଦେଲେ ରାଜ୍ୟ ସରକାର। ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ଆଜି ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି।  ରାଜ୍ୟ ସରକାର ବି ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହି ଭାଟ ହ୍ରାସ  ୫ ତାରିଖ ଅର୍ଥାତ ଆସନ୍ତା କାଲି ମଧ୍ୟରାତ୍ରରୁ ଲାଗୁ ହେବ।

ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ଦର ୫ ଟଙ୍କା ଓ ଡିଜେଲ ଦର ୧୦ ଟଙ୍କା ହ୍ରାସ କରିଥିଲେ। ଆଜିଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହୋଇଛି। କେନ୍ଦ୍ର ସରକାର ତୈଳ ଦର ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇଥିଲା। ଗତକାଲି କେନ୍ଦ୍ର ସରକାର ଶୁଳ୍କ ହ୍ରାସ କଲା ପରେ ଅନେକ ରାଜ୍ୟ ଭାଟ୍ ହ୍ରାସ କରିଥିଲେ। ଭାଟ ହ୍ରାସ ଦ୍ୱାରା ରାଜ୍ୟର ୨ ହଜାର କୋଟଇ ଟଙ୍କା କ୍ଷତି ହେବ ବୋଲି ଜଣାଯାଇଛି।

କିଛି ଦିନ ଦେବ  ପେଟ୍ରୋଲ ଓ ଡିଜେଲ ଦର ବଢ଼ି  ରେକର୍ଡ ସ୍ତରରେ ପହଞ୍ଚିଥିଲା। । ଯାହାଫଳରେ ସାଧାରଣ ଲୋକ ହଇରାଣ ହରକତ ହେଉଥିଲେ। ଗତକାଲି ପେଟ୍ରୋଲ  ଓ ଡିଜେଲ ଦର କେନ୍ଦ୍ର ସରକାର  ହ୍ରାସ କରିଥିବା ବେଳେ ଆଜି ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ  କରିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ପେଟ୍ରୋଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ କେନ୍ଦ୍ର ସରକାର ୧୯.୯୮ ଟଙ୍କାରୁ ବଢ଼ାଇ ୩୨.୯ ଟଙ୍କାରେ ପହଞ୍ଚାଇଥିଲେ। ଏବେ କିନ୍ତୁ ଉତ୍ପାଦ ଶୁଳ୍କ ମାତ୍ର ୫ ଟଙ୍କା ହ୍ରାସ କରାଯାଇଛି। କେନ୍ଦ୍ର ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ କମାଯିବା ପରେ  ରାଜ୍ୟ ସରକାରମାନଙ୍କୁ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରୁଥିବା ଭ୍ୟାଟ  କମ କରିବାକୁ ପରାମର୍ଶ ଦିଆଯାଇଥିଲା। ରାଜ୍ୟ ସରକାର ଭ୍ୟାଟ ହ୍ରାସ କଲେ ଲୋକମାନେ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ପାଇବେ ବୋଲି କେନ୍ଦ୍ର ସରକାର କହିଥିଲେ। ଏହାପରେ ଗତକାଲି ବିଜେପି ଶାସିତ ରାଜ୍ୟ ସରକାର ତେଲ ଉପରୁ ଭାଟ ହ୍ରାସ କରିଥିଲେ।

କେନ୍ଦ୍ର ସରକାରଙ୍କ ପରେ ପରେ ୟୁପି, ଆସାମ,  ତ୍ରିପୁରା, ମଣିପୁର, କର୍ଣ୍ଣାଟକ ଓ ଗୋଆ,ଉତ୍ତରାଖଣ୍ଡ, ସିକିମ, ବିହାର,  ସରକାର ତେଲ ଉପରେ ଭାଟ କମ୍‌ କରିବାକୁ ଘୋଷଣା କରିଥିଲେ। ଏହାପରେ ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି।

କରୋନା ମହାମାରୀ ସମୟରେ ଲୋକେ ବେରୋଜଗାର ହୋଇପଡ଼ିଥିବା ବେଳେ ପେଟ୍ରୋଲ, ଡିଜେଲ, ରୋଷେଇ ଗ୍ୟାସ୍‌ ସାଙ୍ଗକୁ ଖାଇବା ତେଲର ଦାମ ବୃଦ୍ଧି ସେମାନଙ୍କୁ ଅଣନିଶ୍ୱାସ କରି ପକାଇଥିଲା।    ଏହା ମଧ୍ୟରେ ହୋଇଥିବା ଉପନିର୍ବାଚନର ଫଳାଫଳରେ ଲୋକଙ୍କ ଅସନ୍ତୋଷ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି। ଆସନ୍ତା ବର୍ଷ ଦେଶର ୫ଟି ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଆଗକୁ ଏହି ଧାରା ବଜାୟ ରହିଲେ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିପାରେ ଭାବି ବିଜେପି ପକ୍ଷରୁ ଏପରି ଆଗୁଆ ପଦକ୍ଷେପ ନିଆଯାଇଥିବା ଆଲୋଚନା ହେଉଛି।

ବିଶେଷ କରି ହିମାଚଳ ପ୍ରଦେଶରେ  ନିଜର ଗଡ଼ ଭାବେ ପରିଚିତ ମଣ୍ଡି ଲୋକସଭା ଆସନରେ ବିଜେପି ପରାଜୟର ସ୍ୱାଦ ଚାଖିଥିଲା। ଏହି ପରାଜୟ ପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଦର ବୃଦ୍ଧି ହିଁ ବିଜେପିର ପରାଜୟର କାରଣ ବୋଲି କହିଥିଲେ। ଯାହା ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଛି ଓ ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଥିବା ଆଲୋଚନା ହେଉଛି।

ତେବେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପରେ ପୁଣି ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବ ବୋଲି କହିଛନ୍ତି  ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଲାଲୁ ପ୍ରସାଦ ଯାଦବ । ପେଟ୍ରୋଲ, ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପର୍ଯ୍ୟାପ୍ତ ନୁହେଁ ବୋଲି ସେ କହିଛନ୍ତି।  ତେଲ ଲିଟର ଯେତେବେଳେ ୭୦ ଟଙ୍କା ଥିଲା ବିଜେପି ଏହାକୁ ମହଙ୍ଗା ବୋଲି ପ୍ରଚାର କରିଥିଲା। ବର୍ତ୍ତମାନ ସେମାନେ ଲିଟର ପିଛା ୧୦୦ ଟଙ୍କାରୁ  ଅଧିକ କରିଛନ୍ତି। ସେମାନେ ପେଟ୍ରୋଲର ମୂଲ୍ୟକୁ ଅତି କମରେ ଲିଟର ପିଛା ୭୦ ଟଙ୍କା ତଳକୁ ଆଣିବା ଉଚିତ ବୋଲି ସେ କହିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos