ଏଲଫିନଷ୍ଟୋନ୍‌ ଦଳାଚକଟାରେ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ବାଇର ଏଲଫିନଷ୍ଟୋନ୍‌ ରେଳ ଷ୍ଟେସନ୍‌ ଦଳାଚକଟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୱିଟ୍‌ କରି ସେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ରେଲୱେରେ ସୁରକ୍ଷା ଓ ଭିତ୍ତିଭୂମି ସଜାଡ଼ିବାକୁ ମତ ଦେଇଛନ୍ତି ନବୀନ। ସେହିଭଳି ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଦଳାଚକଟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସହରାଞ୍ଚଳର ଭିତ୍ତିଭୂମିରେ କ୍ଷମତାଠାରୁ ଯଥେଷ୍ଟ ଅଧିକ ବୋଝ ବୋହୁଛି। ଏଥିପ୍ରତି ନଜର ଦିଆଯିବା ସହିତ ପର୍ଯ୍ୟାପ୍ତ […]

12

12

Rakesh Mallick
  • Published: Friday, 29 September 2017
  • Updated: 29 September 2017, 04:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ବାଇର ଏଲଫିନଷ୍ଟୋନ୍‌ ରେଳ ଷ୍ଟେସନ୍‌ ଦଳାଚକଟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୱିଟ୍‌ କରି ସେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ରେଲୱେରେ ସୁରକ୍ଷା ଓ ଭିତ୍ତିଭୂମି ସଜାଡ଼ିବାକୁ ମତ ଦେଇଛନ୍ତି ନବୀନ।

ସେହିଭଳି ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଦଳାଚକଟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସହରାଞ୍ଚଳର ଭିତ୍ତିଭୂମିରେ କ୍ଷମତାଠାରୁ ଯଥେଷ୍ଟ ଅଧିକ ବୋଝ ବୋହୁଛି। ଏଥିପ୍ରତି ନଜର ଦିଆଯିବା ସହିତ ପର୍ଯ୍ୟାପ୍ତ ପୁଞ୍ଜି ନିବେଶ ହେଉ ବୋଲି ବୈଜୟନ୍ତ ଟ୍ୱିଟ୍‌ କହିଛନ୍ତି।

ଏଲଫିନ୍‌ଷ୍ଟୋନ୍ ରେଳ ଷ୍ଟେସନର ଫୁଟ୍ ଓଭର ବ୍ରିଜ୍‌ରେ ଏହି ଦଳଚକଟା ହୋଇଛି। ପ୍ରବଳ ବର୍ଷା କାରଣରୁ ସକାଳ ପ୍ରାୟ ସାଢ଼େ ଦଶଟା ବେଳେ ଏହି ବ୍ରିଜ୍‌ ଉପରେ ଲୋକଙ୍କ ଭିଡ଼ ଜମି ଥିଲା। ତେବେ ହଠାତ ଗୁଜବ ସୃଷ୍ଟି ହେଲା ଯେ ଅଧିକ ଗହଳି ଯୋଗୁଁ ବ୍ରିଜ୍‌ଟି ଭୁଶୁଡ଼ିବା ଅବସ୍ଥାକୁ ଚାଲିଯାଇଛି। ଏହା ଶୁଣି ଲୋକେ ଧାଁଦୌଡ଼ ଆରମ୍ଭ କରି ଦେଇଥିଲେ। ଏଥିଯୋଗୁଁ ଦଳାଚକଟା ହୋଇଥିଲା। ଫଳରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos