‘ବୋର୍ଡ ପରୀକ୍ଷା ପାଇଁ ଟାଇମ ଫ୍ରେମ୍‌ ପ୍ରସ୍ତୁତ କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ଚଳିତ ଶିକ୍ଷା ବର୍ଷରେ ପାଠପଢ଼ା ହୋଇପାରି  ନ ଥିବା ବେଳେ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ରହୁଛନ୍ତି ଛାତ୍ରଛାତ୍ରୀ। ତେଣୁ କୋଭିଡକୁ ଦୃଷ୍ଟିରେ ରଖି ଦଶମ ଓ ଯୁକ୍ତ ୨ ପରୀକ୍ଷା ନିମନ୍ତେ ଜାତୀୟ ସ୍ତରରେ ଏକ ଗାଇଡଲାଇନ୍‌ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ବୋର୍ଡ ପରୀକ୍ଷା ପାଇଁ ଟାଇମ ଫ୍ରେମ୍‌ ପ୍ରସ୍ତୁତ କରାଗଲେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ହୋଇପାରିବ। ଏଥିସହ ସବୁ ଉଚ୍ଚତର ଶିକ୍ଷାର ଇଣ୍ଟରଲିଙ୍କ ରହିଛି। ତେଣୁ  ଜାତୀୟ ଗାଇଡଲାଇନ ପ୍ରସ୍ତୁତ ହେଲେ  ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ହୋଇପାରିବ।  ୨୦୨୦-୨୧ ବୋର୍ଡ ଓ HSE ପରୀକ୍ଷା ନେଇ କେନ୍ଦ୍ର ନିଜ ପକ୍ଷ ସ୍ପଷ୍ଟ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।