ବଢ଼ିଲା ମୁଖ୍ୟମନ୍ତ୍ରୀଙ୍କ ନିତିଦିନିଆ ଗସ୍ତ ରାସ୍ତାର ସୁରକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତିଦିନିଆ ଗସ୍ତ ରାସ୍ତାର ସୁରକ୍ଷା ବିଢ଼ିଛି।  ମୁଖ୍ୟମନ୍ତ୍ରୀ ଗସ୍ତ ରାସ୍ତାର ସୁରକ୍ଷା ରୁଟରେ ଅସ୍ଥାୟୀ ବ୍ୟାରିକେଡ୍‌ ବଦଳରେ ଲୁହାର ସ୍ଥାୟୀ ବ୍ୟାରିକେଡ୍‌ ନିର୍ମାଣ କରାଯିବ। ବର୍ତ୍ତମାନ ସମୟରେ ଭିଭିଆଇପିଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ସୁରକ୍ଷା ନିତାନ୍ତ ହୋଇ ପଡ଼ିଥିବା କମିଶନରେଟ୍‌ ପୋଲିସ୍‌ ପକ୍ଷରୁ  କୁହାଯାଇଛି।  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ତଥା ବିମାନବନ୍ଦର ଛକରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ଏବଂ ରାଜବଭବନରୁ ଜୟଦେବ ବିହାର ଛକ ତଥା ଏଜି ଛକ ପର୍ଯ୍ୟନ୍ତ ଲୁହାର ବ୍ୟାରିକେଡ […]

naveen

naveen

Rakesh Mallick
  • Published: Monday, 05 December 2016
  • Updated: 05 December 2016, 10:29 PM IST

Sports

Latest News

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତିଦିନିଆ ଗସ୍ତ ରାସ୍ତାର ସୁରକ୍ଷା ବିଢ଼ିଛି।  ମୁଖ୍ୟମନ୍ତ୍ରୀ ଗସ୍ତ ରାସ୍ତାର ସୁରକ୍ଷା ରୁଟରେ ଅସ୍ଥାୟୀ ବ୍ୟାରିକେଡ୍‌ ବଦଳରେ ଲୁହାର ସ୍ଥାୟୀ ବ୍ୟାରିକେଡ୍‌ ନିର୍ମାଣ କରାଯିବ। ବର୍ତ୍ତମାନ ସମୟରେ ଭିଭିଆଇପିଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ସୁରକ୍ଷା ନିତାନ୍ତ ହୋଇ ପଡ଼ିଥିବା କମିଶନରେଟ୍‌ ପୋଲିସ୍‌ ପକ୍ଷରୁ  କୁହାଯାଇଛି।  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ତଥା ବିମାନବନ୍ଦର ଛକରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ଏବଂ ରାଜବଭବନରୁ ଜୟଦେବ ବିହାର ଛକ ତଥା ଏଜି ଛକ ପର୍ଯ୍ୟନ୍ତ ଲୁହାର ବ୍ୟାରିକେଡ କରାଯିବ। ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଏହି ହାଇ ସିକ୍ୟୁରିଟି ଜୋନରେ ବର୍ଷର ବିଭିନ୍ନ ସମୟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଭଳି ଭିଭିଆଇପିଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି।

ଅସ୍ଥାୟୀ ବାଉଁଶ ବ୍ୟାରେକେଡ୍‌ ବାରମ୍ବାର ନିର୍ମାଣ ଓ ଭଙ୍ଗାଯିବା ଦ୍ୱାରା ଅଧିକ ଖର୍ଚ୍ଚ ହେଉଛି। ତା’ ଛଡ଼ା ଭିଭିଆଇପିଙ୍କ ଗସ୍ତ ସମୟରେ ଏଭଳି ସ୍ଥାନରେ ଅଧିକ ଫୋର୍ସ ମୁତୟନ କରିବାକୁ ପଡୁଛି। ତେଣୁ ସ୍ଥାୟୀ ବ୍ୟାରିକେଡ୍‌ ବେଶ୍‌ ଉପଯୋଗୀ ହେବ ବୋଲି  ପୋଲିସ୍‌ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି।

ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ବିକ୍ରମ କେଶରୀ ଲେଙ୍କା କହିଛନ୍ତି,“ ଭୁବନେଶ୍ୱର ବିମାନବନ୍ଦରରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଜି ଛକ ଦେଇ ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ଏହି ବ୍ୟାରିକେଡ କରାଯିବ। ପରବର୍ତ୍ତୀ ସମୟରେ ରାଜଭବନରୁ ଏଜି ଛକ, ରାଜଭବନରୁ ଜୟଦେବ ବିହାର ଛକ, ରବୀନ୍ଦ୍ର ମଣ୍ଡପରୁ ଆଚାର୍ଯ୍ୟବିହାର ଛକ, ରବୀନ୍ଦ୍ର ମଣ୍ଡପରୁ ପୋଲିସ୍‌ କମିଶନରଙ୍କ କାର୍ଯ୍ୟାଳୟ ଓ ପାୱାର ହାଉସ ଛକ ଦେଇ ରାଜଭବନ ପର୍ଯ୍ୟନ୍ତ ଏହିଭଳି ବ୍ୟାରିକେଡ କରାଯିବ।”

ପୂର୍ବରୁ ନବ ନିର୍ବାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ ଜୟଦେବ ଭବନ ସମ୍ମୁଖରେ ଏବଂ ଛାତ୍ର କଂଗ୍ରେସ କର୍ମୀମାନେ  କେଶରୀ ଟକିଜ୍‌ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ଟାର୍ଗେଟ କରିଥିଲେ। ଲୁହା ବ୍ୟାରିକେଡ ଦ୍ୱାରା ଏଭଳି ଘଟଣା ପ୍ରତିହତ କରାଯାଇପାରିବ ବୋଲି ପୋଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos