କନ୍ଧମାଳ ଅଧିକାର ଯାତ୍ରା: ତୁମୁଡିବନ୍ଧରୁ କୋଟପାଡ଼ ପଦଯାତ୍ରା କଲେ କଂଗ୍ରେସ ନେତା

କନ୍ଧମାଳ: କନ୍ଧମାଳ ଅଧିକାର ଯାତ୍ରାର ଆଜି ଦ୍ୱିତୀୟ ଦିନରେ କଂଗ୍ରେସ ନେତା ଓ କର୍ମୀମାନେ ତୁମୁଡିବନ୍ଧରୁ ଯାତ୍ରା ଆରମ୍ଭ କରି କୋଟପାଡ଼ ଯାଇଥିଲେ। ଏଥିରେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ, ପ୍ରଦୀପ ମାଝି, ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ପ୍ରମୁଖ ସାମିଲ ହୋଇଥିଲେ। କୋଟପାଡ଼ରେ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା। ଏଥିରେ ଗୁଡୁମୁମାହାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିରୀହ ଜନତାଙ୍କ ମୃତ୍ୟୁ ପାଇଁ ଦଳ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲା। ଏହି ଘଟଣାକୁ ଏକ ମାସ ପୂରଣ ହୋଇଥିଲେ ମଧ୍ୟ ଅଭିଯୁକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାକୁ ଦଳ ନିନ୍ଦା କରିଥିଲା। ପରେ ଦଳୀୟ ନେତା ଓ କର୍ମୀମାନେ ନୂଆଗାଁ ଯାଇଛନ୍ତି।

ଆସନ୍ତାକାଲି ରାଇକିଆ, ଜି. ଉଦୟଗିରି ଓ ଟିକାବାଲି ବ୍ଲକରେ ପଦଯାତ୍ରା କରାଯିବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟ ସରକାର ଆଦିବାସୀ ଓ ଦଳିତ ବର୍ଗଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ କରି କଂଗ୍ରେସ ଏହି ପଦଯାତ୍ରା କରୁଛି। ମୃତାହତଙ୍କ ପରିବାରକୁ  ଅଧିକ କ୍ଷତିପୂରଣ ଓ ଜଣେ ସିଟିଂ ଜଜ୍‌ଙ୍କ ଦ୍ୱାରା ଘଟଣାର ତଦନ୍ତ ପାଇଁ ଦଳ ଦାବି କରିଛି।