ବ୍ରହ୍ମଗିରିରେ କଂଗ୍ରେସର ପ୍ରଚାର ମଙ୍ଗ ଧରିଲେ ଉପାସନା

ବ୍ରହ୍ମଗିରି: ନିର୍ବାଚନ ପ୍ରଚାର ମୈଦାନକୁ ଉହ୍ଲାଇଛନ୍ତି କଂଗ୍ରେସ ନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ଝିଅ ଉପାସନା। ଦାଦା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସହ ମିଶି ପଞ୍ଚାୟତ ନିର୍ବାଚନର ପ୍ରଚାର ମଙ୍ଗ ଧରିଛନ୍ତି ଉପାସନା। ସେ ଓ ଲଲିତେନ୍ଦୁ ବ୍ରହ୍ମଗିରି ନିର୍ବାଚନୀ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକର ୯ ନମ୍ବର ଜିଲ୍ଲା ପରିଷଦ ଜୋନରେ ଜୋରଦାର ପ୍ରଚାର  ଚଳାଇଛନ୍ତି।

ଉଭୟ ଆଜି ମାଲୁଦ ପଞ୍ଚାୟତରେ ପ୍ରଚାର କରିଥିଲେ। ଗତକାଲି ଉପାସନା ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନାରାଣୀ ବିଶ୍ୱାଳଙ୍କୁ ଧରି ରାମଲେଙ୍କା ପଞ୍ଚାୟତର ଘରକୁ ଘର ଯାଇ ପ୍ରଚାର କରିଥିଲେ।