୧୦ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ତେବେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍‌ ରହିଛି। ସେହିପରି ଫୁଲବାଣୀରେ ୪.୫ ଡିଗ୍ରୀ, ହୀରାକୁଦରେ ୭.୭, ଭବାନୀପାଟଣାରେ ୮, ସୁନ୍ଦରଗଡ଼ରେ  ୯, ସୋନପୁରରେ, ବଲାଙ୍ଗିରରେ ୯, ସମ୍ୱଲପୁରରେ ୯.୩ , ଅନୁଗୋଳରେ ୯.୬ ଓ ଝାରସୁଗୁଡ଼ାରେ  ୯.୭ ଡିଗ୍ରୀ ସେଲସିୟସ୍‌ ରହିଛି। ହେଲେ କଟକ ଓ ଭୁବନେଶ୍ୱରର  […]

coldwave

coldwave

Rakesh Mallick
  • Published: Friday, 29 December 2017
  • Updated: 29 December 2017, 11:17 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ତେବେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍‌ ରହିଛି। ସେହିପରି ଫୁଲବାଣୀରେ ୪.୫ ଡିଗ୍ରୀ, ହୀରାକୁଦରେ ୭.୭, ଭବାନୀପାଟଣାରେ ୮, ସୁନ୍ଦରଗଡ଼ରେ  ୯, ସୋନପୁରରେ, ବଲାଙ୍ଗିରରେ ୯, ସମ୍ୱଲପୁରରେ ୯.୩ , ଅନୁଗୋଳରେ ୯.୬ ଓ ଝାରସୁଗୁଡ଼ାରେ  ୯.୭ ଡିଗ୍ରୀ ସେଲସିୟସ୍‌ ରହିଛି।

ହେଲେ କଟକ ଓ ଭୁବନେଶ୍ୱରର  ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି।  କଟକର ତାପମାତ୍ରା ୧୧.୪ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୧୧.୨ ଡିଗ୍ରୀ ରହିଛି।

ଅନ୍ୟପକ୍ଷରେ ଆସନ୍ତା ୩୦ ତାରିଖରୁ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆଶଙ୍କା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos