ଆହୁରି ୩ଦିନ ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୀତ ପ୍ରକୋପ ଜାରି ରହିଛି। ଗତ ଦୁଇ ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ର ୧୦ ଡିଗ୍ରୀ ତଳେ ରହୁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୮ ଓ ୯ତାରିଖ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ରହିବ। ଏହାପରେ ବି ଶୀତର ପ୍ରକୋପ ରହିବ। କନ୍ଧମାଳ, ଫୁଲବାଣୀ ଓ ଦାରିଙ୍ଗିବାଡି ଆଦି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।  କନ୍ଧମାଳର ବାଲିଗୁଡା ଅଞ୍ଚଳରେ […]

winter

winter

Rakesh Mallick
  • Published: Saturday, 06 January 2018
  • Updated: 06 January 2018, 09:06 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୀତ ପ୍ରକୋପ ଜାରି ରହିଛି। ଗତ ଦୁଇ ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ର ୧୦ ଡିଗ୍ରୀ ତଳେ ରହୁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୮ ଓ ୯ତାରିଖ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ରହିବ। ଏହାପରେ ବି ଶୀତର ପ୍ରକୋପ ରହିବ।

କନ୍ଧମାଳ, ଫୁଲବାଣୀ ଓ ଦାରିଙ୍ଗିବାଡି ଆଦି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।  କନ୍ଧମାଳର ବାଲିଗୁଡା ଅଞ୍ଚଳରେ ହାଡ ଭଙ୍ଗା ଶୀତ ଜାରି ରହିଛି।  ଦାରିଙ୍ଗିବାଡିରେ ମଧ୍ୟ ଶୀତର ପ୍ରକୋପ ସହ ତୁଷାରପାତ ଦେଖିବାକୁ ମିଳିଛି।  ଦିନଠାରୁ ରାତି ପର୍ଯ୍ୟନ୍ତ ଅସହ୍ୟ ଥଣ୍ଡା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି।

ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଶୀତ ଅନଭୂତ ହେଉଛି। ଶୀତ ଯୋଗୁଁ ସାରା ରାଜ୍ୟରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି।  କୁହିଡ଼ିର ପରିମାଣ ଅଧିକ ନଥିଲେ ବି ସକାଳୁ ୯ଟା ପୂର୍ବରୁ ଘରୁ ବାହାରିବା ମୁସକିଲ ହୋଇପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos