ଶୀତରେ ଥରୁଛି ସାରା ରାଜ୍ୟ; ଫୁଲବାଣୀରେ ତାପମାତ୍ରା ୭ ଡିଗ୍ରୀ

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। କାଲୁଆ ପବନରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ଥରୁଛି। ରାଜଧାନୀ ଭୁବନେଶ୍ୱରରେ ବି ପ୍ରବଳ ଶୀତ ଅନୁଭୂତ ହେଉଛି। ଫୁଲବାଣୀରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସକୁ ଖସି ଆସିଥିବା ବେଳେ ଗତକାଲି ଦାରିଙ୍ଗିବାଡ଼ିରେ ତାପମାତ୍ରା ୮ ଡିଗ୍ରୀ ତଳେ ରହିଥିଲା। ହୀରାକୁଦର ତାପମାତ୍ରା ମଧ୍ୟ ୯ ଡିଗ୍ରୀକୁ ଖସି ଆସିଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଏଭଳି ଶୀତ ଲାଗି ରହିବ ବୋଲି ପାଣିପାଗ ବିଭାଗ […]

hh

hh

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 09:57 AM IST

Sports

Latest News

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। କାଲୁଆ ପବନରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ଥରୁଛି। ରାଜଧାନୀ ଭୁବନେଶ୍ୱରରେ ବି ପ୍ରବଳ ଶୀତ ଅନୁଭୂତ ହେଉଛି। ଫୁଲବାଣୀରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସକୁ ଖସି ଆସିଥିବା ବେଳେ ଗତକାଲି ଦାରିଙ୍ଗିବାଡ଼ିରେ ତାପମାତ୍ରା ୮ ଡିଗ୍ରୀ ତଳେ ରହିଥିଲା। ହୀରାକୁଦର ତାପମାତ୍ରା ମଧ୍ୟ ୯ ଡିଗ୍ରୀକୁ ଖସି ଆସିଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଏଭଳି ଶୀତ ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଣ୍ଡାମାନସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୪ ତାରିଖ ବେଳକୁ ରାଜ୍ୟରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos