ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧିରେ ଧିରେ ବଢ଼ୁଛି ଥଣ୍ଡା। ଶୀତରେ ଏବେ ଥରୁଛି ସାରା ରାଜ୍ୟ। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଶୀତୁଆ ସ୍ଥାନ ପାଲଟିଛି। ଦାରିଙ୍ଗବାଡ଼ିରେ ଗତକାଲି ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଛି।
କୋରାପୁଟ, ରାଉରକେଲା, ସୋନପୁର, ଭବାନୀପାଟଣାରେ ଅସହ୍ୟ ଶୀତ ହେଉଛି। ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କିଏ ନିଆଁ ଜାଳୁଛନ୍ତି ତ ଆଉ କିଏ ମର୍ଣ୍ଣିଂ ୱାକ୍ କରୁଛନ୍ତି। ଆଉ କେହି ଗରମ ଚା'ର ମଜା ନେଉଥିବା ଦେଖିବାକୁ ମିଳୁଛି। ମୁଖ୍ୟତଃ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ବଢିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।