ନିଶା ଦେଇ ଲୁଟୁଥିଲେ, ଏବେ ପୁଲିସ ହାତରେ ଧରା ପଡ଼ିଲେ

ନିଶାଦିଆ ଲୁଟେରାଙ୍କୁ ନିଶା ଯୋଗାଉଥିଲେ ଜଣେ ଔଷଧ ଦୋକାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ବଢ଼ି ଚାଲିଛି ଲୁଟେରାଙ୍କ ଉତ୍ପାତ। ସାହାଯ୍ୟ କରିବାର ବାହାନାରେ ରାସ୍ତାରେ ଯାଉଥିବା ଲୋକଙ୍କୁ ନିଶା ଦେଇ ଲୁଟୁଥିଲେ। ଆଜି ଏପରି ଏକ ନିଶାଦିଆ ଲୁଟେରାଙ୍କୁ ଧରିଛି କମିଶନରେଟ୍‌ ପୁଲିସ।

କମିଶନରେଟ୍‌ ପୁଲିସ ଆଜି ୬ ଜଣ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ଔଷଧ‌ ଦୋକାନର ମାଲିକ ଅଛନ୍ତି। ଲୁଟେରାମାନେ ତାଙ୍କ ଦୋକାନରୁ ନିଶାଦ୍ରବ୍ୟ ନେଉଥିବା ଅଭିଯୋଗ ହୋଇଛି। ଏଥିସହ ଲୁଟ୍ ଗହଣା କିଣିଥିବା ଦୁଇଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଲୁଟେରାଙ୍କଠାରୁ ଗୋଟିଏ ବାଇକ ଓ ୪୦ ଗ୍ରାମ ସୁନା ଜବତ କରାଯାଇଛି। ଏହି ଲୁଟେରାମାନେ ବିଭିନ୍ନ ସମୟରେ ପଥଚାରୀଙ୍କୁ ସହାୟତା କରିବା ପାଇଁ ହାତ ବଢାଇ ଥାଆନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କୁ ନିଶାଦ୍ରବ୍ୟ ଦେଇ ମୂଲ୍ୟବାନ ସାମଗ୍ରୀ ଲୁଟ୍ କରିଥାନ୍ତି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେବ ରାଜଧାନୀରେ ଅପରାଧରେ ବଢ଼ି ଚାଲିଛି। ଲୁଟେରାମାନେ କେତେବେଳେ ମର୍ଣ୍ଣିଂୱାର୍କରେ ଯାଉଥିବା ମହିଳାଙ୍କୁ ଲୁଟ୍‌ଥିଲେ ତ ଆଉ କେତେବେଳେ କାହା ଘରେ ପଶି କଳାକନା ବୁଲାଉଥିଲେ। ତେବେ ସବୁଠାରୁ ହୃଦୟ ବିଦାରକ ଥିଲା ଆଇଆର୍‌ସି ଭିଲେଜ୍‌ ମର୍ଡ଼ର। ଦିନ ଦି’ପହରରେ ଜଣେ ବ୍ୟକ୍ତିଙ୍କୁ ବୋରେଲୋ ଭିତରେ ମର୍ଡର କରାଯାଇଥିଲା। ଯାହା ଥିଲା ହୃଦୟ ବିଦାରକ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।