ପାରାଦୀପ(ରମାକାନ୍ତ ନାୟକ): ସୀମା ନିର୍ଦ୍ଧାରଣ ବେଳେ ଜଗତସିଂହପୁର ଜିଲ୍ଲା ଏରସମା ମାହାଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମାହାଳକୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ମାପଚୁପ ଚାଲିଥିବା ବେଳେ ପୁଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ସହ ଗ୍ରାମବାସୀଙ୍କର ଧସ୍ତାଧସ୍ତି ହୋଇଥିବା ଜଣାଯାଇଛି।
ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଉଥିବା ବେଳେ ଏହାକୁ ବିରୋଧ କରିଥିଲେ ଢିଙ୍କିଆ ଓ ମାହାଳ ଗାଁର ଲୋକେ। ଢିଙ୍କିଆ ଗାଁକୁ ଖଣ୍ଡ ଖଣ୍ଡ କରି ସରକାର ବିଭାଜନ ନୀତି ଆପଣାଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏଥିଯୋଗୁ ଗାଁ ଗାଁ ମଧ୍ୟରେ ସମ୍ପର୍କ ଓ ଭାଇଚାରା ନଷ୍ଟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାସହ JSWର ପ୍ରସ୍ତାବିତ କାରଖାନାକୁ ବିରୋଧ କରିଛନ୍ତି ଢିଙ୍କିଆ ଗ୍ରାମବାସୀ।
[caption id="attachment_695775" align="aligncenter" width="650"] ପୁଲିସ୍କୁ ବିରୋଧ କରିବାକୁ ଏକାଠି ହୋଇଥିବା ଗ୍ରାମବାସୀ।[/caption]
ଅନ୍ୟପଟେ ସ୍ଥିତିକୁ ଦେଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୩ ଜଣ ମାଜିଷ୍ଟ୍ରେଟ୍, ପାରାଦୀପ ଅତିରିକ୍ତ ଏସ୍ପିଙ୍କ ତତ୍ତ୍ୱାବଧାନରେ ୨୫ଜଣ ଅଫିସର ଏବଂ ୧୪ ପ୍ଲାଟୁନ ପୁଲିସ ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
ଢିଙ୍କିଆ ଗ୍ରାମପଞ୍ଚାୟତର ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁ କହିଛନ୍ତି, ମାହାଳରେ କମ୍ପାନୀ କରିବାକୁ ପ୍ରଶାସନ ପାଗଳ ହୋଇଯାଇଛି। ସୀମା ନିର୍ଦ୍ଧାରଣ କରିବାର ଗୋଟିଏ ଦିନ ପୂର୍ବରୁ ପ୍ରଶାସନ ନୋଟିସ କରିଥିଲା। ପଡ଼ା ଗାଁକୁ ନୋଟିସ କରିଥିବା ବେଳେ ମୁଖ୍ୟ ଗାଁକୁ ନୋଟିସ କରି ନାହିଁ। ପ୍ରଶାସନ ବେଆଇନ କାମ କରୁଛି। ପ୍ରଶାସନକୁ ଆମେ କଡ଼ା ଜବାବ ଦେବୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।