ଜୁଲାଇ ୨୨ରେ ଓଜେଇଇ ସ୍ପେଶାଲ ଏଣ୍ଟ୍ରାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ହେବ ସ୍ପେଶାଲ ଓଜେଇଇ ଏଣ୍ଟ୍ରାସ। ଆସନ୍ତା ଜୁଲାଇ ୨୨ ତାରିଖରେ ଏହି ପରୀକ୍ଷା ହେବ। ଏଥିପାଇଁ ଜୁନ୍ ୨୫ରୁ ଜୁଲାଇ ୧୩ ମଧ୍ୟରେ ଆବେଦନ କରିବେ ଛାତ୍ରଛାତ୍ରୀ। ଜୁଲାଇ ୨୨ରେ ପରୀକ୍ଷା ହେବ ଏବଂ ୨୫ରେ ରେଜଲ୍ଟ ପ୍ରକାଶ ପାଇବ।

ଗତ ମେ’ ୧୩ ତାରିଖରେ ରାଜ୍ୟର ୨୦ଟି ସହରରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ହୋଇଥିଲା।  ଆଉ ୨୫ ତାରିଖରେ ରେଜଲ୍ଟ ବାହାରିଥିଲା। ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ପାଇଁ ଆଜିଠାରୁ କାଉନସେଲିଂ ଆରମ୍ଭ ହୋଇଛି। କାଉନସେଲିଂ ସରିବା ପରେ ବଳକା ସିଟଗୁଡ଼ିକ ଲାଗି ସ୍ପେଶାଲ ଓଜେଇଇ ହେବ ବୋଲି ସୂଚନା ମିଳିଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।