ରାଜ୍ୟ ସରକାରଙ୍କ ବିରୋଧ ପରେ ନିଟ୍‌-୨ ହେବା ନେଇ ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ପାଇଁ ଏକକ ନ୍ୟାସ୍‌ନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ଇଇଟି)କୁ ନେଇ ଏବେ ରାଜ୍ୟର ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଦେଇଛି। ଗତ ୪ ବର୍ଷ ଧରି ରାଜ୍ୟ ସରକାର ଏହି ସର୍ବଭାରତୀୟ ପରୀକ୍ଷାକୁ ସମର୍ଥନ କରୁଥିବା ବେଳେ ହଠାତ୍‌ କାହିଁକି ଚଳିତ ବର୍ଷ ପରୀକ୍ଷା ନେଇ ମନ ବଦଳାଇଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ସାରା ଦେଶରେ ଏକକ ପରୀକ୍ଷା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି […]

neet-student

neet-student

Rakesh Mallick
  • Published: Wednesday, 18 May 2016
  • Updated: 19 May 2016, 04:10 AM IST

neet-studentଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ପାଇଁ ଏକକ ନ୍ୟାସ୍‌ନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ଇଇଟି)କୁ ନେଇ ଏବେ ରାଜ୍ୟର ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଦେଇଛି। ଗତ ୪ ବର୍ଷ ଧରି ରାଜ୍ୟ ସରକାର ଏହି ସର୍ବଭାରତୀୟ ପରୀକ୍ଷାକୁ ସମର୍ଥନ କରୁଥିବା ବେଳେ ହଠାତ୍‌ କାହିଁକି ଚଳିତ ବର୍ଷ ପରୀକ୍ଷା ନେଇ ମନ ବଦଳାଇଲେ ତାହାକୁ ନେଇ ପ୍ରଶ୍ନ ଉଠିଛି।

ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ସାରା ଦେଶରେ ଏକକ ପରୀକ୍ଷା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଅନୁଯାୟୀ ଗତ ୧ ତାରିଖରେ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଜୁଲାଇ ୨୪ରେ ନିଟ୍‌-୨ ଅନୁଷ୍ଠିତ ହେବ।

ନିଟ୍‌କୁ ଚ୍ୟାଲେଞ୍ଜ କରି କେତେକ ରାଜ୍ୟ, କିଛି ଘରୋଇ ମେଡିକାଲ୍‌ କଲେଜ ଓ ଡିମ୍‌ଡି ୟୁନିଭରସିଟି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟ ସେମାନଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେବା ସହ ଏକକ ପରୀକ୍ଷା ହେବ ବୋଲି କହିଥିଲେ। ତେବେ ବିଭିନ୍ନ ମହଲରୁ ବିରୋଧ ପରେ ଗତ ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସର୍ବଦଳୀୟ ବୈଠକ ଡାକି ମତାମତ ନେଇଛନ୍ତି। ଏଥିରେ ବିଜେଡି ଚଳିତ ବର୍ଷଠାରୁ ନିଟ୍‌ ଲାଗୁ ନ କରାଯିବାକୁ ଦାବି ରଖିଛି।

ବିଜେଡି ସାଂସଦ ଦିଲ୍ଲୀପ ତୀର୍କୀ କହିଛନ୍ତି,“ଚଳିତ ବର୍ଷ ନିଟ୍‌-୨ ପରୀକ୍ଷା କରା ନ ଯାଇ ଆସନ୍ତା ବର୍ଷ କରାଯାଉ।  ଓଡ଼ିଆ ମିଡିୟମରୁ ଏହି ସର୍ବଭାରତୀୟ ପରୀକ୍ଷା ଦେବାକୁ ଆସିଥିବା ୭୦ରୁ ୮୦ ପ୍ରତିଶତ ପିଲା ବହୁତ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଏହି ପରୀକ୍ଷାକୁ ଆସନ୍ତାବର୍ଷରୁ କରାଯାଉ।”

ଏନେଇ ଜଣେ ମେଡିକାଲ ଆଶାୟୀ ଛାତ୍ରୀ କହିଛନ୍ତି,“ ଆସନ୍ତା ଜୁଲାଇ ୨୪ରେ ନିଟ୍‌-୨ ଅନୁଷ୍ଠିତ ହେବା ନେଇ ରାଜ୍ୟ ସରକାର ଅମଙ୍ଗ ରହିଛନ୍ତି। ଏହି ପରୀକ୍ଷା ଆସନ୍ତାବର୍ଷ ହେଲେ ଆମର ବହୁତ କ୍ଷତି ହେବ। ଆମେ ଏଥିପାଇଁ ପ୍ରସ୍ତୁତି ଚଳାଇଛୁ। ଯଦି ଏପରି ଦ୍ୱନ୍ଦ୍ୱ ଦେଖାଯିବ ତେବେ ଆମ ଭବିଷ୍ୟତ କ’ଣ ହେବ ତାହା ରାଜ୍ୟ ସରକାର ଚିନ୍ତା କରିବା ଦରକାର।”

ଏନେଇ ଶିକ୍ଷାବିତ୍‌ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି,“ରାଜ୍ୟରୁ ବହୁ ଓଡ଼ିଆ ପିଲା ନିଟ୍‌-୧ ଦେଇସାରିଛନ୍ତି। ଏହି ସ୍ଥିତିରେ ନିଟ୍‌-୨ ପରୀକ୍ଷା କରା ନ ଯିବା ଛାତ୍ରଙ୍କ  ଭବିଷ୍ୟତ ସହ ଖେଳ ଖେଳିବା ସହ ସମାନ। ଏନେଇ ବହୁ ଗରିବ ମେଧାବୀ ପିଲା ହଜାର ହଜାର ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ପିଲାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ପରୀକ୍ଷାକୁ ସରକାର କରେଇ ନେବା ଉଚିତ। ଆସନ୍ତାବର୍ଷ ଠାରୁ ଆଉ ନିଟ୍‌-୧ କି ନିଟ୍-୨ ଦରକାର ପଡିବ ନାହିଁ, ଗୋଟିଏ ନିଟ୍‌ ପରୀକ୍ଷା ଦେଇ ଛାତ୍ରଛାତ୍ରୀମାନେ ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos