ରାଜ୍ୟ କଂଗ୍ରେସରେ ମଙ୍ଗୁଆଳ ରାଜନୀତି: ଆଜି ରାହୁଲଙ୍କୁ ଭେଟିବେ ବିଧାୟକ

ନୂଆଦିଲ୍ଲୀ: ନୂଆ ମଙ୍ଗୁଆଳ ପାଇଁ ଦିଲ୍ଲୀରେ ଆଜି କଂଗ୍ରେସରେ ହେବ ମାନସ ମନ୍ଥନ। ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଡାକରାରେ ରାଜ୍ୟ ନେତାମାନେ ଦିଲ୍ଲୀ ଯାଇଛନ୍ତି। ଆଜି ସେମାନେ ରାହୁଲଙ୍କୁ ସାକ୍ଷାତ କରିବେ। ଏହି ଅବସରରେ ହାଇକମାଣ୍ଡ ରାଜ୍ୟ ବିଧାୟକଙ୍କ ମତ ନେବେ ଓ ସଂଗଠନ ମଜବୁତ ପାଇଁ ମନ୍ତ୍ର ଦେବେ।

ଦିଲ୍ଲୀ ଯିବା ପୂର୍ବରୁ ଗତକାଲି ବିରୋଧୀ ଦଳ ନେତାଙ୍କ ବାସଭବନରେ ଏକ ଅନୌପଚାରିକ ବୈଠକ ହୋଇଥିଲା। ଯେଉଁଠି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ନବ ଦାସ ଓ ଅନ୍ୟ ଆଉ କିଛି ନେତା ଏକାଠି ହୋଇଥିଲେ। ନେତୃତ୍ୱ ପରିବର୍ତ୍ତନ ଅପେକ୍ଷା ଦଳୀୟ କନ୍ଦଳ ଦୂର ପାଇଁ ହାଇକମାଣ୍ଡ ପାଖରେ ଦାବି ରଖିବେ ବୋଲି କିଛି ନେତା କହିଛନ୍ତି।

ଦିଲ୍ଲୀ ଯାଇଥିବା ବିଧାୟକଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ନେତ୍ୱତ୍ୱ ପରିବର୍ତ୍ତନ ସପକ୍ଷରେ ରହିଛନ୍ତି। ଦଳ ରାଜ୍ୟରେ ଦୁଇ ନମ୍ବରରୁ ୩ ନମ୍ବରକୁ ଖସିବା ପଛର କାରଣ ବି ଆଲୋଚନାରେ ସ୍ଥାନ ପାଇବ। ରାଜ୍ୟ ନେତୃବୃନ୍ଦଙ୍କୁ ରାହୁଲ ଅଲଗା ଅଲଗା ଭେଟିବାର କାର୍ଯ୍ୟକ୍ରମ ରହିଛି। ଆଜି ଓ ଆସନ୍ତାକାଲି ଦୁଇଦିନ ଏହି ଭେଟ୍‌ଘାଟ ହେବ।