କଂଗ୍ରେସ ବିଧାୟକଙ୍କ ହୋହାଲ୍ଲା ମଧ୍ୟରେ ବିଧାନସଭାରେ ୪ଟି ବିଲ୍ ପାସ୍

ଭୁବନେଶ୍ୱର: ରମାଦେବୀ ପ୍ରସଙ୍ଗ ଓ ଖର୍ଚ୍ଚଦାବି ଆଲୋଚନାରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନ ଦେବା ପ୍ରତିବାଦରେ ଆଜି ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ। ହୋହାଲ୍ଲା ମଧ୍ୟରେ ରାଜ୍ୟ ସରକାର ଗୃହରେ ୪ଟି ବିଲ୍ ଉପସ୍ଥାପନ କରି ପାସ୍ କରାଇ ନେଇଛନ୍ତି। ଆଜି ପ୍ରଶ୍ନକାଳ ସୁରୁଖୁରୁରେ ହୋଇଥିଲା। ପ୍ରଶ୍ନକାଳ ପରେ କଂଗ୍ରେସ ବିଧାୟକମାନେ ରମାଦେବୀ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ ଉଠାଇଥିଲେ। ଏହି ପ୍ରସଙ୍ଗକୁ ନେଇ ପ୍ରତିବାଦ ବେଳେ ଛାତ୍ର କଂଗ୍ରେସ ସଭାପତି ଓ କିଛି କର୍ମୀଙ୍କୁ ଗିରଫ କରାଯିବା ଘଟଣାକୁ […]

bidhanasabha

bidhanasabha

Rakesh Mallick
  • Published: Wednesday, 09 December 2015
  • Updated: 09 December 2015, 10:56 AM IST

Sports

Latest News

ଭୁବନେଶ୍ୱର: ରମାଦେବୀ ପ୍ରସଙ୍ଗ ଓ ଖର୍ଚ୍ଚଦାବି ଆଲୋଚନାରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନ ଦେବା ପ୍ରତିବାଦରେ ଆଜି ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ। ହୋହାଲ୍ଲା ମଧ୍ୟରେ ରାଜ୍ୟ ସରକାର ଗୃହରେ ୪ଟି ବିଲ୍ ଉପସ୍ଥାପନ କରି ପାସ୍ କରାଇ ନେଇଛନ୍ତି।

ଆଜି ପ୍ରଶ୍ନକାଳ ସୁରୁଖୁରୁରେ ହୋଇଥିଲା। ପ୍ରଶ୍ନକାଳ ପରେ କଂଗ୍ରେସ ବିଧାୟକମାନେ ରମାଦେବୀ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ ଉଠାଇଥିଲେ। ଏହି ପ୍ରସଙ୍ଗକୁ ନେଇ ପ୍ରତିବାଦ ବେଳେ ଛାତ୍ର କଂଗ୍ରେସ ସଭାପତି ଓ କିଛି କର୍ମୀଙ୍କୁ ଗିରଫ କରାଯିବା ଘଟଣାକୁ ନେଇ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରିଥିଲେ। ସେହିପରି ପୋଲାଭରମ ପ୍ରକଳ୍ପକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିଜେଡି ସଦସ୍ୟମାନେ ବିରୋଧ କରିଥିଲେ। ଗତକାଲି ଗୃହ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବିବେଳେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇ ନ ଥିବା ପ୍ରତିବାଦରେ ବିଜେପି ସଦସ୍ୟମାନେ ନିଜ ନିଜ ଆସନରେ ଠିଆହୋଇ ପ୍ରତିବାଦ କରିବାରୁ ଗୃହକୁ ଅପରାହ୍ନ ୩ଟା ଯାଏଁ ବାଚସ୍ପତି ମୁଲତବି କରିଦେଇଥିଲେ। ୩ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଖର୍ଚ୍ଚଦାବି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କରି ବିରୋଧୀ କଂଗ୍ରେସମାନେ ହୋହାଲ୍ଲା କରିଥିଲେ। ଫଳରେ ଗୃହକୁ ୧୫ ମିନିଟ୍ ପାଇଁ ବାଚସ୍ପତି ମୁଲତବି କରିଦେଇଥିଲେ। ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ସ୍ଥିତି ସୁଧୁରି ନ ଥିଲା। କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା ମଧ୍ୟରେ ସରକାର ୪ଟି ବିଲ୍ ଉପସ୍ଥାପନ କରି ପାସ୍ କରାଇନେଇଥିଲେ।congress-bikhyoba

ଅନ୍ୟପକ୍ଷେ ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅଟକ ଘଟଣାର କଂଗ୍ରେସ ଆଭିମୁଖ୍ୟ କଠୋର ହେବାରେ ଲାଗିଛି। ପ୍ରତିବାଦରେ ଆଜି ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ବାସଭବନ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୋଲିସ ଧାରଣା ସ୍ଥଳରୁ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ସହ କିଛି କର୍ମୀଙ୍କୁ ଗିରଫ କରିଛି। ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ କଂଗ୍ରେସ କର୍ମୀମାନେ ଲୋୟର ପିଏମଜିରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ବେଳେ ସୁରକ୍ଷା କର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଛି। କଂଗ୍ରେସ କର୍ମୀମାନେ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବା ବେଳେ ସୁରକ୍ଷା କର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos