ଓଡ଼ିଶା ଦଖଲ ଲକ୍ଷ୍ୟରେ ବିଜେପି: କଂଗ୍ରେସକୁ ଘର ସଜାଡିବା ଚିନ୍ତା

ଭୁବେନଶ୍ୱର: ପଞ୍ଚାୟତ ନିର୍ବାଚନରେ ବିଜେପିକୁ ମିଳିଛି ଆଶାଠାରୁ ଅଧିକ ସଫଳତା। ଏହାକୁ ଆଧାର କରି ଦଳ ୨୦୧୯ ନିର୍ବାଚନରେ ଓଡ଼ିଶା ଦଖଲ ପାଇଁ ସ୍ୱପ୍ନ ଦେଖୁଛି। ଏହାକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରୁଛି। ବିଜେଡି ସବୁଠାରୁ ବଡ଼ ଦଳ ବୋଲି ପୁଣି ଥରେ ନିଜକୁ ପ୍ରମାଣିତ କରିଛି। ଦଳର ଭୋଟ ପ୍ରତିଶତ କମିଥିବା ବେଳେ ତୃଣମୂଳ ସଂଗଠନ ବିଗିଡି ଯାଇଛି। ହେଲେ ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟୟ ପରେ ମଧ୍ୟ ବିରୋଧୀ ଦଳ କଂଗ୍ରେସର ନିଦ୍ରାଭଙ୍ଗ […]

Congress-Bhawan

Congress-Bhawan

Rakesh Mallick
  • Published: Friday, 07 April 2017
  • Updated: 07 April 2017, 09:45 PM IST

Sports

Latest News

ଭୁବେନଶ୍ୱର: ପଞ୍ଚାୟତ ନିର୍ବାଚନରେ ବିଜେପିକୁ ମିଳିଛି ଆଶାଠାରୁ ଅଧିକ ସଫଳତା। ଏହାକୁ ଆଧାର କରି ଦଳ ୨୦୧୯ ନିର୍ବାଚନରେ ଓଡ଼ିଶା ଦଖଲ ପାଇଁ ସ୍ୱପ୍ନ ଦେଖୁଛି। ଏହାକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରୁଛି। ବିଜେଡି ସବୁଠାରୁ ବଡ଼ ଦଳ ବୋଲି ପୁଣି ଥରେ ନିଜକୁ ପ୍ରମାଣିତ କରିଛି। ଦଳର ଭୋଟ ପ୍ରତିଶତ କମିଥିବା ବେଳେ ତୃଣମୂଳ ସଂଗଠନ ବିଗିଡି ଯାଇଛି। ହେଲେ ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟୟ ପରେ ମଧ୍ୟ ବିରୋଧୀ ଦଳ କଂଗ୍ରେସର ନିଦ୍ରାଭଙ୍ଗ ହେବା ପରି ମନେ ହେଉନାହିଁ। ବିଜେଡି ବିଜେପି ନିଜ ସ୍ଥିତିକୁ ଅଧିକ ଦୃଢ କରିବାକୁ ଲାଗି ପଡିଥିବା ବେଳେ କଂଗ୍ରେସକୁ ଘାରିଛି ଘର ସଜାଡିବା ଚିନ୍ତା। ଆଲୋଚନା ହେଉଛି ରାଜ୍ୟରେ ଦଳର ସ୍ଥିତି ଯାହା, ତାହାଠାରୁ ଅଧିକ ସଙ୍ଗୀନ ଅବସ୍ଥା ନେତୃମଣ୍ଡଳଙ୍କ ମଧ୍ୟରେ।

ପଞ୍ଚାୟତ ନିର୍ବାଚନ ପୂର୍ବର ଅନ୍ତର୍ଦ୍ୱନ୍ଦ୍ୱ ହେଉ କି ପରର, କଂଗ୍ରେସ ଏଥିରୁ ମୁକୁଳି ପାରୁନାହିଁ। ନୈତିକତା କଥା କହି ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି। ଶୃଙ୍ଖଳା କମିଟି ନୋଟିସ୍‌ର ଜବାବ ଅନନ୍ତ ସେଠୀ ଦେଇଥିବା ବେଳେ ତାରା ବାହିନୀପତି ଏବଂ ପ୍ରଫୁଲ୍ଲ ମାଝି ଦେଇନାହାନ୍ତି। ଏଭଳି ସ୍ଥିତିରେ ଦଳ ତାରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି? ତାଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ପଦରୁ ହଟାଯିବ କି? ଆଦି ପ୍ରଶ୍ନକୁ ନେଇ ଚର୍ଚ୍ଚା। ଅନ୍ୟପକ୍ଷରେ ଦଳର ଆମୂଳଚୂଳ ପରିବର୍ତ୍ତନ ଦାବି କରି ନେତୃତ୍ୱ ମଧ୍ୟରେ ଆଉ ଏକ ହଟ୍ଟଚମକ ସୃଷ୍ଟି କରିଛନ୍ତି ତାରା ଏବଂ ପ୍ରଫୁଲ୍ଲ।

ପ୍ରଦୀପ କହିଛନ୍ତି,“ଦଳ କିପରି ଭଲ ଫଳାଫଳ କରିବ ସେ ଗୁରୁ ଦାୟିତ୍ୱ ମୋ ଉପରେ ଥିଲା, ତାହା ହୋଇ ପାରିଲା ନାହିଁ। ତେଣୁ ନୈତିକତା ଦୃଷ୍ଟିରୁ ମୁଁ ପ୍ରଦେଶ କମିଟିର ଉପସଭାପତି ପଦରୁ ଇସ୍ତଫା ଦେଇଛି।”

ତାରା କହିଛନ୍ତି,“ଆମୂଳଚୂଳ ପରିବର୍ତ୍ତନ ଦରକାର ହେଉଛି। ଯେତେ ବିଳମ୍ବ ହେବ ସେତେ କ୍ଷତି ହେବ। ଯେଉଁମାନେ କାମ କରୁଛନ୍ତି ଓ କରିବେ ସେମାନଙ୍କୁ ଆଖି ଆଗରେ ରଖି ସଂଗଠନ ତିଆରି କରାଯିବା ଦରକାର।”

ପଞ୍ଚାୟତ ନିର୍ବାଚନ ଢେର ପୂର୍ବରୁ ବିଧାୟକମାନେ ପ୍ରସାଦ ହରିଚନ୍ଦନଙ୍କୁ ପିସିସି ସଭାପତି ପଦରୁ ହଟାଇବାକୁ ଅଭିଯାନ ଆରମ୍ଭ କରିଥିଲେ। ମହାନଦୀର ଗୋଳିଆ ପାଣିରେ ପ୍ରସାଦ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବିବାଦ ପଦାରେ ପଡି ଦାଣ୍ଡରେ ଗଢିଥିଲା। ଏପରିକି ଏହି କଥା ହାଇକମାଣ୍ଡଙ୍କ ପାଖରେ ପହଞ୍ଚି ଥିଲା। ହେଲେ ରାହୁଲ ପ୍ରସାଦଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ। ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟୟ ପରେ ପୁଣି ଥରେ ଦଳ ମଧ୍ୟରେ ନେତୃତ୍ୱ ପରିବର୍ତ୍ତନର ଦାବି ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos