ନବରଙ୍ଗପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଆବର୍ଜନା ପକାଇ ଅଭିନବ ପ୍ରତିବାଦ କଲେ କଂଗ୍ରେସ କର୍ମୀ

ନବରଙ୍ଗପୁର: ନବରଙ୍ଗପୁରରେ ବିପର୍ଯ୍ୟୟ ପରିମଳ ବ୍ୟବସ୍ଥା ନେଇ ଅଭିନବ ପ୍ରତିବାଦ।  ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଆବର୍ଜନା ପକାଇ ପ୍ରତିବାଦ ଜଣାଇଛନ୍ତି କଂଗ୍ରେସ କର୍ମୀ ଓ ନେତା।  ନବରଙ୍ଗପୁର ସହରରେ ବିପର୍ଯ୍ୟସ୍ତ ପରିମଳ ପାଇଁ ମଶା ସଂଖ୍ୟା ବୃଦ୍ଧି ପାଉଥିବ ଅଭିଯୋଗ ହୋଇଛି। ସ୍ୱଳ୍ପ ବର୍ଷା ହେଲେ ଘର ଭିତରେ ଆବର୍ଜନା ପଶୁଛି।

ଗତକାଲି ଜିଲ୍ଲା କଂଗ୍ରେସ ପକ୍ଷରୁ ୨୬ ନମ୍ବର ଜାତୀୟ ରାଜପଥ ତଥା ସୁପର ମାର୍କେଟ କମ୍ପ୍ଲେକ୍ସ ନିକଟରେ ରାସ୍ତାରୋକ କରାଯାଇଥିଲା।  ପରେ ସୁପରମାର୍କେଟ କମ୍ପ୍ଲେକ୍ସ ପାଖରେ ପଡ଼ିଥିବା ଆବର୍ଜନାକୁ ଏକ ଟ୍ରାକ୍ଟର ଯୋଗେ ଉଠାଇ ଆଣି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଫୋପାଡ଼ି ଦିଆଯାଇଥିଲା। ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।