ସୁର କହିଲେ, ତୁମକୁ ଲଜ୍ଜା ଲାଗୁ ନାହିଁ ନବୀନ ବାବୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ରାଜ୍ୟ ସରକାର ଧୋକ୍କାବାଜ। ଚିଟ୍‌ ଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କୁ ଧୋକା ଦେଇଛନ୍ତି। ତୁମକୁ ଲଜ୍ଜା ଲାଗୁ ନାହିଁ ନବୀନ ବାବୁ।’ ଆଜି ଏଭଳି ଢଙ୍ଗରେ ସରକାରଙ୍କୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। ଚିଟ୍‌ ଫଣ୍ଡ୍‌ ତଦନ୍ତ କମିଶନଙ୍କ ଶୁଣାଣି ବନ୍ଦ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏନେଇ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି […]

congress0

congress0

Tapaswini Nayak
  • Published: Wednesday, 04 March 2020
  • Updated: 04 March 2020, 03:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ରାଜ୍ୟ ସରକାର ଧୋକ୍କାବାଜ। ଚିଟ୍‌ ଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କୁ ଧୋକା ଦେଇଛନ୍ତି। ତୁମକୁ ଲଜ୍ଜା ଲାଗୁ ନାହିଁ ନବୀନ ବାବୁ।’ ଆଜି ଏଭଳି ଢଙ୍ଗରେ ସରକାରଙ୍କୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। ଚିଟ୍‌ ଫଣ୍ଡ୍‌ ତଦନ୍ତ କମିଶନଙ୍କ ଶୁଣାଣି ବନ୍ଦ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏନେଇ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି ,“ଚିଟ୍‌ ଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କୁ ଆଶା ଓ ପ୍ରତିଶ୍ରୁତି ଦେଇ ସରକାର ଧୋକା ଦେଇଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ନବୀନ ବାବୁ ୩୦୦ କୋଟିର କର୍ପସ ଫଣ୍ଡ ଗଠନ କରିଥିଲେ। ଏଥିପାଇଁ କମିଶନ ବସାଇଲେ। ହେଲେ କ୍ଷତିଗ୍ରସ୍ତଙ୍କୁ ଗୋଟିଏ ଟଙ୍କା ସାହାଯ୍ୟ ଦେଇ ପାରିଲ ନାହିଁ। ତୁମକୁ ଲଜ୍ଜା ଲାଗୁ ନାହିଁ ନବୀନ ବାବୁ।”

ସୁର ଆହୁରି କହିଛନ୍ତି, “ନବୀନ ବାବୁ ଶୀଘ୍ର ଚିଟ୍‌ ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାନ୍ତୁ। ଟଙ୍କା ନ ଫେରାଇଲେ ସେମାନେ ବଞ୍ଚିବେ କେମିତି? ସେମାନଙ୍କୁ ଟଙ୍କା ଫେରାଇବା ଦାବିରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ।”

ସୂଚନାଯୋଗ୍ୟ, ଚିଟ୍‌ ଫଣ୍ଡ୍‌ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଫେବ୍ରୁଆରୀ ୪ ତାରିଖରେ ଶେଷ ହୋଇଥିବା ବେଳେ ଏହାକୁ ଆଉ ବୃଦ୍ଧି କରାଯାଇ ନାହିଁ। ସରକାର କାର୍ଯ୍ୟକାଳ ବୃଦ୍ଧି କରି ନଥିବାରୁ କମିଶନ ଆଉ ଶୁଣାଣି କରିବେ ନାହିଁ ବୋଲି କଟକ ବକ୍ସିବଜାର ପୁଲିସ୍‌ ଲାଇନରେ ଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos