ବଢୁଛି ପ୍ରତାପ ବିରୋଧୀ ଆକ୍ରୋଶ: ସାଂସଦ ପାଣ୍ଠିରେ ନଳକୂଅକୁ ବିରୋଧ କରିବାରୁ ବିକ୍ଷୋଭ

କଟକ: ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ବଢୁଛି ଜନ ଆକ୍ରୋଶ। କେନ୍ଦ୍ରାପଡ଼ା ସାଂସଦଙ୍କ ପାଣ୍ଠିରେ ନିର୍ମାଣ ହେବାକୁ ଥିବା ଏକ ନଳକୂଅ ଖୋଳାକୁ ବିରୋଧ କରିବା ଅଭିଯୋଗରେ ଆଜି ମାହାଙ୍ଗା ଲଳିତଗିରିରେ ତାତିଛନ୍ତି ଲୋକେ। ସେହିପରି ଇଚ୍ଛାଧୀନ କୋଟାରେ ପତ୍ନୀଙ୍କ ନାଁରେ ବେଆଇନ ଜମି କେଳେଙ୍କାରୀ ପ୍ରସଙ୍ଗରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଟକରେ ଗର୍ଜିଛି ଯୁବ ଓ ଛାତ୍ର କଂଗ୍ରେସ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗାଁରେ ପାନୀୟ ଜଳ ସଙ୍କଟ ଦେଖାଦେଉଛି। ଏନେଇ […]

Water-scarcity-Pratap-Jena-750x430

Water-scarcity-Pratap-Jena-750x430

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 09:02 PM IST

କଟକ: ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ବଢୁଛି ଜନ ଆକ୍ରୋଶ। କେନ୍ଦ୍ରାପଡ଼ା ସାଂସଦଙ୍କ ପାଣ୍ଠିରେ ନିର୍ମାଣ ହେବାକୁ ଥିବା ଏକ ନଳକୂଅ ଖୋଳାକୁ ବିରୋଧ କରିବା ଅଭିଯୋଗରେ ଆଜି ମାହାଙ୍ଗା ଲଳିତଗିରିରେ ତାତିଛନ୍ତି ଲୋକେ। ସେହିପରି ଇଚ୍ଛାଧୀନ କୋଟାରେ ପତ୍ନୀଙ୍କ ନାଁରେ ବେଆଇନ ଜମି କେଳେଙ୍କାରୀ ପ୍ରସଙ୍ଗରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଟକରେ ଗର୍ଜିଛି ଯୁବ ଓ ଛାତ୍ର କଂଗ୍ରେସ।

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗାଁରେ ପାନୀୟ ଜଳ ସଙ୍କଟ ଦେଖାଦେଉଛି। ଏନେଇ ଅଭିଯୋଗ ହେବା ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଣ୍ଠିରୁ ବର୍ଷକ ତଳେ ଦେଢ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସ୍ଥାନୀୟ ବିଧାୟକଙ୍କ ବିରୋଧ ଯୋଗୁଁ ନଳକୂଅ ବସିପାରୁନଥିଲା। ଫଳରେ ପାଣି ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାରେ ପଡ଼ୁଥିଲେ। ଏହାର ପ୍ରତିବାଦରେ ଆଜି ମହିଳାମାନେ ରାସ୍ତା ଉପରେ ଗରା, ବାଲ୍‌ତି ଧରି ବସିଥିଲେ। ପୁରୁଷମାନେ କରୁଛନ୍ତି ଜୋରଦାର ନାରାବାଜି। ଏପରିକି ଲୋକେ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିବାକୁ ପଛାଇ ନାହାନ୍ତି।

ଇଚ୍ଛାଧୀନ କୋଟାରେ ପତ୍ନୀଙ୍କ ନାଁରେ ବେଆଇନ ଭାବେ ଜମି ହାତେଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା। ଏହି ଅଭିଯୋଗ ଆଣି ଆଜି କଟକ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ବିରୋଧରେ ଗର୍ଜିଛି। ଉଭୟ ସଂଗଠନ ପକ୍ଷରୁ ଲିଙ୍କ୍ ରୋଡ୍ ଛକରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ଇସ୍ତଫା ଦାବି କରାଯାଇଥିଲା। ଏଥିସହ ରେଭେନ୍ସାରେ ପୁଅର ନାମଲେଖା ବିବାଦ, ନିଜ ନିର୍ବାଚନ ମଣ୍ଡଳୀରେ ଅନୁସୂଚିତ ଜାତି ଓ ଜନଜାତି ପ୍ରତିନିଧିଙ୍କୁ ମାଡ଼ ମରିବା ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇଛି ଦଳ। ପ୍ରତାପ ଜେନା କହିଛନ୍ତି,“ମୋତେ ବଦନାମ କରିବାକୁ ଉଦ୍ୟମ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos