ବଡ଼ବିଲରେ ଡେଙ୍ଗୁ ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସ ଟିମ୍
କେନ୍ଦୁଝର: ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ଏକ ଚାରି ଜଣିଆ ପ୍ରତିନିଧି ଦଳ ଆଜି ଡେଙ୍ଗୁ ପ୍ରଭାବିତ ବଡ଼ବିଲ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେମାନେ ସହରର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହିତ ଡାକ୍ତରଖାନା ଯାଇ ଚିକିତ୍ସାଧୀନ ଡେଙ୍ଗୁ ରୋଗୀଙ୍କୁ ଭେଟିଥିଲେ। ସେମାନେ ଡେଙ୍ଗୁରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମଧ୍ୟ ଭେଟି ଥିଲେ।
ନରସିଂହ ମିଶ୍ର କହିଛନ୍ତି,“ବଡ଼ବିଲ୍ରେ ଡେଙ୍ଗୁ ସ୍ଥିତି ଉଦ୍ବେଗଜନକ ରହିଛି।”
ନରସିଂହଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳରେ ନିରଞ୍ଜନ ପଟ୍ଟନାୟକ, ଅନନ୍ତ ସେଠୀ ଓ ପ୍ରଫୁଲ ମାଝି ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।