ବିଜେଡି କିଣିଛି... ବିଜେପି ଧାର୍ ଆଣିଛି...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସହ ଦଳର ବହୁ ବରିଷ୍ଠ ନେତା ଓ ବରଗଡ ଜିଲ୍ଲାର କଂଗ୍ରେସ ନେତାମାନେ ଯୋଗଦେଇଥିଲେ। କଂଗ୍ରେସ ବିଧାୟକ ନବ ଦାସଙ୍କ ନେତୃତ୍ୱରେ ଗଠିତ ପର୍ଯ୍ୟବେକ୍ଷକ କମିଟି ରିପୋର୍ଟ ଆଧାରରେ ମାନସମନ୍ଥନ ହୋଇଥିଲା। କିନ୍ତୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନାହିଁ। ବୈଠକ ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି- […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 07:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସହ ଦଳର ବହୁ ବରିଷ୍ଠ ନେତା ଓ ବରଗଡ ଜିଲ୍ଲାର କଂଗ୍ରେସ ନେତାମାନେ ଯୋଗଦେଇଥିଲେ। କଂଗ୍ରେସ ବିଧାୟକ ନବ ଦାସଙ୍କ ନେତୃତ୍ୱରେ ଗଠିତ ପର୍ଯ୍ୟବେକ୍ଷକ କମିଟି ରିପୋର୍ଟ ଆଧାରରେ ମାନସମନ୍ଥନ ହୋଇଥିଲା। କିନ୍ତୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନାହିଁ।

ବୈଠକ ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି- “ପ୍ରାର୍ଥୀ ଚୟନ ନେଇ ନିଷ୍ପତ୍ତି ହୋଇଛି। ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଲେ ଠିକ୍ ସମୟରେ ପ୍ରାର୍ଥୀ ଘୋଷଣା କରାଯିବ। ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ କିଣିଛି। ବିଜେପି ପ୍ରାର୍ଥୀ ଉଧାର ଆଣିଛି। କଂଗ୍ରେସ କିନ୍ତୁ ନିଜ ଦମ୍‌ରେ ଲଢ଼ିବ। ବିଜେପୁର ବାସୀଙ୍କ ଶ୍ରଦ୍ଧା ଆମ ପ୍ରତି ରହିଛି ଓ ରହିବ। ଆଗାମୀ ଦିନରେ ଆମେ ଆମର ରଣନୀତି ପ୍ରସ୍ତୁତ କରି କାର୍ଯ୍ୟକ୍ରମ ଆରମ୍ଭ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos