ପୋଲିସ୍‌ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟଣା: କନଷ୍ଟେବଳ ନିଲମ୍ବିତ

ସମ୍ବଲପୁର: ହୀରାକୁଦ କାଳୁପଡ଼ାରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ କନଷ୍ଟେବଳ ଲଇଡା ଫାଣ୍ଡିର ରାମ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ଘଟଣାର ତଦନ୍ତ ପାଇଁ ଏସ୍‌ଡିପିସଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିବା ସମ୍ବଲପୁର ଏସ୍‌ପି ସଞ୍ଜୀବ ଆରୋରା ସୂଚନା ଦେଇଛନ୍ତି। ଗତକାଲି ରାତିରେ ବିଶ୍ୱନାଥ ବେହେରାଙ୍କ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।  ପୋଲିସର ମାଡ ଯୋଗୁଁ ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଗତ ୧୭ ତାରିଖରେ ବିଶ୍ୱକର୍ମା ପୂଜା ସମୟରେ ଗଣ୍ଡଗୋଳ […]

smb

smb

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 07:53 PM IST

Sports

Latest News

ସମ୍ବଲପୁର: ହୀରାକୁଦ କାଳୁପଡ଼ାରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ କନଷ୍ଟେବଳ ଲଇଡା ଫାଣ୍ଡିର ରାମ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ଘଟଣାର ତଦନ୍ତ ପାଇଁ ଏସ୍‌ଡିପିସଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିବା ସମ୍ବଲପୁର ଏସ୍‌ପି ସଞ୍ଜୀବ ଆରୋରା ସୂଚନା ଦେଇଛନ୍ତି। ଗତକାଲି ରାତିରେ ବିଶ୍ୱନାଥ ବେହେରାଙ୍କ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।  ପୋଲିସର ମାଡ ଯୋଗୁଁ ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।

ଗତ ୧୭ ତାରିଖରେ ବିଶ୍ୱକର୍ମା ପୂଜା ସମୟରେ ଗଣ୍ଡଗୋଳ କରୁଥିବା ଅଭିଯୋଗରେ ବିଶ୍ୱନାଥଙ୍କୁ ପୋଲିସ ଥାନାକୁ ନେଇଥିଲା। ହେଲେ ତା’ପରଦିନ ପୋଲିସ ତାଙ୍କ  ବାପାଙ୍କ ଉପସ୍ଥିତିରେ ଛାଡ଼ି ଦେଇଥିଲା। ଘରକୁ ଆସିଲା ପରେ ପୋଲିସ ମାଡ଼ ଯୋଗୁଁ ଯନ୍ତ୍ରଣା ହେଉଥିବା  ସେ ପରିବାର ଲୋକଙ୍କୁ କହିଥିଲେ। ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ହୀରାକୁଦ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକେ ଅଭିଯୋଗ କରିଥିଲେ, ପୋଲିସ୍‌ ମାଡରେ ବିଶ୍ୱନାଥ ଗୁରୁତର ହୋଇଯାଇଥିଲା। ତେଣୁ ତା’ର ମୃତ୍ୟୁ ଘଟିଲା। ଏନେଇ ହୀରାକୁଦ ଥାନାରେ ମାମଲା ରୁଜୁ ହେବା ପରେ ମୃତଦେହ ବ୍ୟବଚ୍ଛେଦ ସମୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଯୁବକଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ: ପରିବାରର ଅଭିଯୋଗ ପୋଲିସ ମାଡ଼ରେ ଗଲା ପୁଅର ଜୀବନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos