ପନିକିରେ ନିଜ ବେକକୁ କାଟିଦେଲେ ପୁଡ଼ୁ

ବୀରମିତ୍ରପୁର (ରାକେଶ ସାହୁ): ପନିକିରେ ବେକ କାଟି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଲଙ୍କେଷ୍ଟର ଦଫେଇ ଗାଁରେ। ତାଙ୍କ ନାଁ ପୁଡୁ ଭୋଏ (୩୦)। ସୂଚନା ଅନୁଯାୟୀ, ପୁଡୁ ଏକ ହୋଟେଲରେ ରୋଷେୟର ଭାବେ କାମ କରୁଥିଲେ। ହେଲେ କିଛି ଦିନ ହେବ ସେ କାମ ଛାଡ଼ି ଦେଇଥିଲେ। ତାଙ୍କ ମାନସିକ ସ୍ଥିତି ଭଲ ନଥିଲା। ଗତକାଲି ଘରେ କେହି ନଥିବା ବେଳେ ସେ […]

panik

panik

Tapaswini Nayak
  • Published: Wednesday, 25 March 2020
  • Updated: 25 March 2020, 08:54 AM IST

Sports

Latest News

ବୀରମିତ୍ରପୁର (ରାକେଶ ସାହୁ): ପନିକିରେ ବେକ କାଟି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଲଙ୍କେଷ୍ଟର ଦଫେଇ ଗାଁରେ। ତାଙ୍କ ନାଁ ପୁଡୁ ଭୋଏ (୩୦)।

ସୂଚନା ଅନୁଯାୟୀ, ପୁଡୁ ଏକ ହୋଟେଲରେ ରୋଷେୟର ଭାବେ କାମ କରୁଥିଲେ। ହେଲେ କିଛି ଦିନ ହେବ ସେ କାମ ଛାଡ଼ି ଦେଇଥିଲେ। ତାଙ୍କ ମାନସିକ ସ୍ଥିତି ଭଲ ନଥିଲା। ଗତକାଲି ଘରେ କେହି ନଥିବା ବେଳେ ସେ ପନିକିରେ ନିଜ ବେକକୁ କାଟି ଦେଇଥିଲେ।

ପୁଲିସ୍ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହା ସହିତ ଉକ୍ତ ପନିକିକୁ ଜବତ କରି ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଡ଼ୁଙ୍କ ମୃତ୍ୟୁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos