ଆସନ୍ତା ୧୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ୧୯ ତାରିଖ ଦିନ ୧୧ଟାରେ ସିଏଚ୍‌ଏସ୍‌ଇ  କାର୍ଯ୍ୟାଳୟରେ ଏହି ଫଳାଫଳ ପ୍ରକାଶ ପାଇବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ପରୀକ୍ଷା।  ପରୀକ୍ଷାର୍ଥୀମାନେ ଅଫିସିଆଲ ୱେବସାଇଟ chseodisha.nic.in. ରେଜଲ୍ଟ ଦେଖିପାରିବେ। ଏହାସହ orissaresults.nic.in.ରେ ମଧ୍ୟ  ଛାତ୍ରଛାତ୍ରୀ ପରୀକ୍ଷାଫଳ ଦେଖିପାରିବେ।

କଳା ଓ ବାଣିଜ୍ୟ ରେଜଲ୍ଟ ମାସ ଶେଷ ବେଳକୁ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତବର୍ଷ ୧୫୦୪ଟି କଲେଜରେ  ୩ ଲକ୍ଷ ୬୫ ହଜାର ୮୨୬ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ। ୧୧୦୪ଟି ପରୀକ୍ଷା କେନ୍ଦ୍ର ସହ ୨୦୨ଟି ହବ୍ କରାଯାଇଥିଲା।