ଭିତରକନିକାରେ ଲକ୍ଷେରୁ ଅଧିକ ଦେଶୀୟ ପକ୍ଷୀଙ୍କ ସମାଗମ

ପଟ୍ଟାମୁଣ୍ଡାଇ: ବିଶ୍ୱ ପ୍ରସିଦ୍ଧ ଭିତରକନିକାରେ ଚଳିତ ବର୍ଷ ଦେଶୀୟ ପକ୍ଷୀ ଗଣନା ଓ ବସା ଚିହ୍ନଟ ପ୍ରକିୟା ଶେଷ ହୋଇଯାଇଛି। ଚଳିତ ବର୍ଷ ଏଠାରେ ୧,୦୩,୮୫୩ଟି ଦେଶୀୟ ପକ୍ଷୀଙ୍କ ସମାଗମ ହୋଇଛି। ମୋଟ ୨୧,୨୦୪ଟି ବସାରେ ୪୨,୪୦୮ଟି ପକ୍ଷୀ ଓ ୬୧,୪୪୫ଟି ଶାବକଙ୍କୁ ଠାବ କରାଯାଇଛି। ଗତବର୍ଷ ଭିତରକନିକାକୁ ୯୬,୪୩୭ଟି ପକ୍ଷୀ ଆସିଥିଲେ। ଅର୍ଥାତ ଗତବର୍ଷ ତୁଳନାରେ ଚଳିତ ବର୍ଷ ଏଠାରେ ୭,୪୧୬ଟି ଅଧିକ ପକ୍ଷୀ ଭିଡ଼ ଜମାଇଛନ୍ତି। ଚଳିତ ବର୍ଷ ଭିତରକନିକାରେ ୧୦ଟି ପ୍ରକାରର ଦେଶୀୟ […]

birds

birds

Rakesh Mallick
  • Published: Saturday, 03 September 2016
  • Updated: 03 September 2016, 01:53 PM IST

Sports

Latest News

birdsପଟ୍ଟାମୁଣ୍ଡାଇ: ବିଶ୍ୱ ପ୍ରସିଦ୍ଧ ଭିତରକନିକାରେ ଚଳିତ ବର୍ଷ ଦେଶୀୟ ପକ୍ଷୀ ଗଣନା ଓ ବସା ଚିହ୍ନଟ ପ୍ରକିୟା ଶେଷ ହୋଇଯାଇଛି। ଚଳିତ ବର୍ଷ ଏଠାରେ ୧,୦୩,୮୫୩ଟି ଦେଶୀୟ ପକ୍ଷୀଙ୍କ ସମାଗମ ହୋଇଛି। ମୋଟ ୨୧,୨୦୪ଟି ବସାରେ ୪୨,୪୦୮ଟି ପକ୍ଷୀ ଓ ୬୧,୪୪୫ଟି ଶାବକଙ୍କୁ ଠାବ କରାଯାଇଛି।

ଗତବର୍ଷ ଭିତରକନିକାକୁ ୯୬,୪୩୭ଟି ପକ୍ଷୀ ଆସିଥିଲେ। ଅର୍ଥାତ ଗତବର୍ଷ ତୁଳନାରେ ଚଳିତ ବର୍ଷ ଏଠାରେ ୭,୪୧୬ଟି ଅଧିକ ପକ୍ଷୀ ଭିଡ଼ ଜମାଇଛନ୍ତି।

ଚଳିତ ବର୍ଷ ଭିତରକନିକାରେ ୧୦ଟି ପ୍ରକାରର ଦେଶୀୟ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛନ୍ତି ଗେଣ୍ଡାଳିଆ, ପାଣିକୁଆ, ରାଣୀବଗ, ଖଇରାବଗ, ମଝିଆବଗ, ଅଂଜନାବଗ, ଅନ୍ଧାରିବଗ, କାପରଖାଇ ଓ ସାନ ବଗ।

ପ୍ରତି ବର୍ଷ ଭଳି ଏ ବର୍ଷ ବଗ ଗହନରେ ପକ୍ଷୀ ସମାଗମ ହୋଇ ନ ଥିଲା। ଏ ବର୍ଷ ମଠଆଡ଼ିଆରେ ଅଧିକ ପକ୍ଷୀମାନେ ଅସ୍ଥାୟୀ ବସା କରିଥିଲେ।

ରାଜନଗର ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,“ ପ୍ରତିବର୍ଷ ବର୍ଷା ଋତୁରେ ହେରନ ଜାତୀୟ ପକ୍ଷୀ ଭିତରକନିକା ଫରେଷ୍ଟ ବ୍ଲକ୍‌ରେ ସମୂହ ବସା କରିବା ସହିତ ଅଣ୍ଡାଦାନ କରନ୍ତି। ଏବର୍ଷ ପକ୍ଷୀମାନେ ପାରମ୍ପାରିକ ବଗଗହନରେ ବସା ନ କରି ମଠଆଡ଼ିଆରେ ବସା କରିଛନ୍ତି ଓ ଅଣ୍ଡା ଦେଇଛନ୍ତି।   ଏବର୍ଷ ଅଗଷ୍ଟ ୨୨ରୁ ଅଗଷ୍ଟ ୨୮ ମଧ୍ୟରେ ମଠଆଡ଼ିଆରେ ପକ୍ଷୀ ଗଣନା କରାଯାଇଥିଲା। ମୋଟ ୨୦୯୮ଟି ଗଛରେ ୨୧,୨୦୪ଟି ବସା ଗଣନା କରାଯାଇଛି। ଗତବର୍ଷ ଅପେକ୍ଷା ଏଥର ପକ୍ଷୀଙ୍କ ସଂଖ୍ୟା ଅଧିକ ରହିଛି।”

ତେବେ ପକ୍ଷୀମାନେ ବଗଗହନରେ ନ ରହି ମଠଆଡ଼ିଆକୁ ନୂଆ ଠିକଣା ଭାବେ ବାଛିବାକୁ ନେଇ ପରିବେଶବିତ୍‌ମାନେ ଚିନ୍ତାପ୍ରକଟ କରିଛନ୍ତି।

ପରିବେଶବିତ୍ ଭାସ୍କର ରାଉତ କହିଛନ୍ତି,“ଆବହମାନ କାଳରୁ ଭିତରକନିକାର ବଗଗହନରେ ପକ୍ଷୀମାନେ ବସା ବାନ୍ଧନ୍ତିବା ସହିତ ଅଣ୍ଡା ଦେଇ ଆସୁଛନ୍ତି। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ସେମାନେ ମଠଆଡ଼ିଆକୁ ନିଜର ନୂଆ ଠିକଣା ଭାବେ ବାଛିଛନ୍ତି। ତେଣୁ ଏହା ପରିବର୍ତ୍ତିତ ଜଳବାୟୁର ପ୍ରଭାବ ବୋଲି ଆଶଙ୍କା କରାଯାଉଛି। ଏହାକୁ ନେଇ ଗବେଷଣା କରାଯିବା ଉଚିତ।”

ସେ ଆହୁରି କହିଛନ୍ତି,“ଚାଷୀମାନଙ୍କ ବନ୍ଧୁ  ଭାବେ ପରିଚିତ ତଥା ଉପକୂଳ ଓଡ଼ିଶାରୁ ଲୁପ୍ତ ହୋଇଯାଉଥିବା ବାଇଚଢ଼େଇଙ୍କର ଶହେରୁ ଅଧିକ ବସା ଚଳିତ ବର୍ଷ ଭିତରକନିକାରେ ଠାବ କରାଯାଇଛି। ଏହା ପ୍ରକୃତି ପାଇଁ ଏକ ଭଲ ଖବର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story